Below header

ଗୋଟିଏ ଦିନ ପାଇଁ କୁନି ମୁଖ୍ୟମନ୍ତ୍ରୀ ହେବେ ହରିଦ୍ୱାରର ଛାତ୍ରୀ ସୃଷ୍ଟି ଗୋସ୍ୱାମୀ, ଏହିଦିନ ସମ୍ଭାଳିବେ ଚୌକି

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ଵତ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୪ ଜାନୁଆରୀ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ଅବସରରେ ଗୋଟିଏ ଦିନ କୁନି ମୁଖ୍ୟମନ୍ତ୍ରୀ ଚୌକି ସମ୍ଭାଳିବେ ସୃଷ୍ଟି ଗୋସ୍ୱାମୀ। ଏହି ସମୟରେ ବିଧାନସଭାର କକ୍ଷ ନମ୍ବର ୧୨୦ରେ ଶିଶୁ‌ ବିଧାନସଭା ଆୟୋଜିତ ହେବ, ଯେଉଁଥିରେ ବିଭିନ୍ନ ବିଭାଗ ୫-୫ ମିନିଟ୍‌ ଧରି ନିଜ ନିଜର ପ୍ରସ୍ତୁତି ଉପସ୍ଥାପନା କରିବେ। ଶିଶୁ‌ ବିଧାନସଭା ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ।

ଉତ୍ତରାଖଣ୍ଡ ଶିଶୁ ସଂରକ୍ଷଣ ଆୟୋଗ ଅଧ୍ୟକ୍ଷ ଉଷା ନେଗୀ ଏ ନେଇ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି କି, ୨୪ ଜାନୁଆରୀରେ ବାଳିକାମାନଙ୍କୁ ସଶକ୍ତୀକରଣ କରିବା ପାଇଁ ଆୟୋଗ ଜଣେ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ହସ୍ତାନ୍ତର କରିଛି। ସୃଷ୍ଟି ଗୋସ୍ୱାମୀ ଉତ୍ତରାଖଣ୍ଡର ବିକାଶ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବେ।

srusti

ପରିବାରରେ ଖୁସି

ହରିଦ୍ୱାର ଜନପଦର ଦୌଲତପୁର ଗାଁର ନିବାସୀ ହେଉଛନ୍ତି ସୃଷ୍ଟି। ଏବେ ଦିନକ ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା ବିଷୟରେ ଜାଣିବା ପରେ ତାଙ୍କ ପରିବାରରେ ବହୁତ ଖୁସି ଦେଖିବାକୁ ମିଳୁଛି। ତାଙ୍କ ମାଆ, ବାପାଙ୍କ କହିବା ହେଲା, ଆଜି ଆମେ ବହୁତ ଗର୍ବ ଅନୁଭବ କରୁଛୁ। ପ୍ରତ୍ୟେକ ଝିଅ ସଫଳତା ହାସଲ କରିପାରିବେ। କାହାର କହିବାରେ ଆପଣ ନିଜ ଝିଅର ହାତ ଛାଡ଼ନ୍ତୁ ନାହିଁ। କାରଣ, ଆଜିର ଦିନରେ ଝିଅମାନେ ସବୁକିଛି କରିପାରିବେ। ଆମେ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ସେ ଆମ ଝିଅକୁ ଏଥିପାଇଁ ଯୋଗ୍ୟ ବୋଲି ଭାବିଲେ।

ବିଏସ୍‌ସି କରୁଛନ୍ତି ସୃଷ୍ଟି

ସୃଷ୍ଟି ଗୋସ୍ୱାମୀ ଋଡ୍‌କୀର ବିଏସ୍‌ଏମ୍‌ ପିଜି କଲେଜରେ ଏଗ୍ରୀକଲ୍‌ଚରରେ ବିଏସ୍‌ସି କରୁଛନ୍ତି। ୨୦୧୮ ମେ’ରେ ଶିଶୁ‌ ବିଧାନସଭାରେ କୁନି ବିଧାୟକମାନଙ୍କ ଦ୍ୱାରା ସେ ମୁଖ୍ୟମନ୍ତ୍ରୀ ରୂପେ ଚୟନ ହୋଇଥିଲେ। ଶିଶୁ ବିଧାନସଭାରେ ପ୍ରତି ୩ ବର୍ଷରେ ଥରେ କୁନି ମୁଖ୍ୟମନ୍ତ୍ରୀଙ୍କ ଚୟନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.