ବ୍ୟବସାୟ ଓ ଅର୍ଥନୀତି

ଲଞ୍ଚ ହେଲା Vespaର ନୂଆ ସ୍ପେଶାଲ ଏଡିସନ ସ୍କୁଟର, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Vespa ଏକ ପ୍ରତିଷ୍ଠିତ ସ୍କୁଟର ବ୍ରାଣ୍ଡ ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଭାରତରେ ମଧ୍ୟ ଏହି ଇଟାଲୀ କମ୍ପାନୀ ବହୁ ଦଶନ୍ଧି ଧରି ରହିଛି । ଦୀର୍ଘ ଦିନ ଧରି ସ୍ଥାନୀୟ OEM ସହିତ ସହଭାଗିତାରେ କମ୍ପାନୀ ରହିଥିଲା । କିନ୍ତୁ ଗତ ଦଶନ୍ଧିରେ ଏହା ଏକ ସ୍ୱାଧୀନ କମ୍ପାନୀ ଭାବରେ ରହିଛି । ଏବେ vespaର ମୂଳ କମ୍ପାନୀ piaggio ଏହାର ୧୪୦ ତମ ବାର୍ଷିକୀକୁ ବିଶ୍ୱବ୍ୟାପୀ ପାଳନ କରୁଛି ।

ଏହି ବିଶେଷ ଉତ୍ସବକୁ ପାଳନ କରିବା ପାଇଁ ପିଆଜିଓ ଭେସ୍ପାର ଏକ ସ୍ପେଶାଲ ଏଡିସନ ମଡେଲ୍ ଲଞ୍ଚ କରିଛି । ‘Vespa 140th of Piaggio’ ନାମକ ଏହି ସ୍ପେଶାଲ ଏଡିସନ ମଡେଲର କେବଳ ୧୪୦ ୟୁନିଟ୍ ଗ୍ଲୋବାଲି ପ୍ରଡ୍ୟୁସ ହେବ । ଏହାର ବୁକିଂ ୧୮ ଏପ୍ରିଲରୁ ୨୧ ଏପ୍ରିଲ ୨୦୨୪ ଅର୍ଥାତ ଆଜି ୬୬ ଟି ଦେଶ ପାଇଁ ଜାରି ରହିବ । ତେବେ ଭାରତରୁ କୌଣସି ୟୁନିଟ୍ ରିଜର୍ଭ ହୋଇନାହିଁ ।

ଏହି ସ୍ପେଶାଲ ଏଡିସନ ଭେସ୍ପାର ସ୍ପେଶାଲ ବଡି ଗ୍ରାଫିକ୍ସ ଅଛି ଯାହା ଏହି ସ୍କୁଟରକୁ ସ୍ୱତନ୍ତ୍ର କରିଥାଏ । ହ୍ୱାଇଟ ପେଣ୍ଟ ସ୍କିମ୍ ସହିତ, ସ୍କୁଟରକୁ ସ୍ୱତନ୍ତ୍ର ବ୍ଲୁ କଲର ଆସେଣ୍ଟ ଦିଆଯାଇଛି ଯାହା ଏହାକୁ ଏକ ସ୍ପୋର୍ଟି ୟୁଥଫୁଲ ଲୁକ ଦେଇଥାଏ । ଏଥିରେ ରିୟର ଫେଣ୍ଡରରେ ‘140’ ବ୍ରାଣ୍ଡିଂ ଅନ୍ତର୍ଭୁକ୍ତ । ପିଆଜିଓ ଷ୍ଟାଇଲ୍ ସେଣ୍ଟର ଦ୍ୱାରା ଏକ ପ୍ରୋଟୋଟାଇପ୍ ନିର୍ମାଣ ହୋଇସାରିଛି, ଯାହା ଉପରୋକ୍ତ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଭେସ୍ପା ୱାର୍ଲ୍ଡ ଡେ ୨୦୨୪ ରାଲିରେ ପ୍ରଦର୍ଶିତ ହେବାର ସମ୍ଭାବନା ଅଛି ।

ସମଗ୍ର ଡିଜାଇନରେ କ୍ଲାସିକ୍ ଭେସ୍ପା ଷ୍ଟାଇଲର ଝଲକ ରହିଛି ଏବଂ ରେଟ୍ରୋ ଓ ମର୍ଡନ ଏଲିମେଣ୍ଟଗୁଡ଼ିକର ଏକ ପରଫେକ୍ଟ ବ୍ଲେଣ୍ଡ ସାମିଲ ରହିଛି । ଏହାର ଷ୍ଟାଇଲିଂ ଭେସ୍ପା 300 300 GTV ଦ୍ୱାରା ଅନୁପ୍ରାଣିତ । ଏଥିରେ ଫ୍ରଣ୍ଟ ଫେଣ୍ଡରରେ ଲଗାଯାଇଥିବା ଏକ ସର୍କୁଲାର ହେଡଲ୍ୟାମ୍ପ, ଇଣ୍ଟିଗ୍ରେଟେଡ୍ ଟର୍ନ ଇଣ୍ଡିକେଟର ସହିତ ଆପ୍ରୋନ୍-ମାଉଣ୍ଟେଡ୍ ପୋଜିସନ୍ ଲ୍ୟାମ୍ପ, ସିଙ୍ଗଲ ପିସ ରେସିଂ ସିଟ୍, ସାଇଡ ଫେଣ୍ଡରରେ ଏୟାର ଫିନ୍ ଏବଂ ବ୍ଲୁ ଏଲୋୟ ହ୍ଵିଲ ରିମ୍ସ ରହିଛି ।

ଇଞ୍ଜିନ୍ ବିଷୟରେ କହିବାକୁ ଗଲେ, Vespa 140th editionରେ 278cc ସିଙ୍ଗଲ୍ ସିଲିଣ୍ଡର, ୪ ଷ୍ଟ୍ରୋକ, ୪ ଭଲଭ୍ ଅଛି ଯାହାକି 8,250 rpm ରେ 23.8 bhp ପାୱାର ଏବଂ 5,250 rpm ରେ ୨୬ ଏନଏମର ପିକ୍ ଟର୍କ ଦେଇଥାଏ । ଏଥିରେ CVT ଅଟୋମେଟିକ ଗିଅରବକ୍ସ ଅନ୍ତର୍ଭୁକ୍ତ । ଏହାର ଇନ୍ଧନ ଦକ୍ଷତା 30.3 କିମି /1 ଅଟେ ।

ଫିଚର୍ସ ବିଷୟରେ କହିବାକୁ ଗଲେ, ଏହାକୁ ସମ୍ପୂର୍ଣ୍ଣ ଏଲଇଡି ଇଲ୍ୟୁମିନେସନ ଏବଂ ଫୁଲି-ଡିଜିଟାଲ୍ ସର୍କୁଲାର ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ ପରି ଫିଚର୍ସ ପ୍ରଦାନ କରାଯାଇଛି । ଅନ୍ୟାନ୍ୟ ଫିଚର୍ସ ବିଷୟରେ କହିବାକୁ ଗଲେ, କି’ ଲେସ ଇଞ୍ଜିନ୍ ଷ୍ଟାର୍ଟ / ଷ୍ଟପ୍ ସିଷ୍ଟମ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ ସାମିଲ ରହିଛି ।

Srujanika Panda

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago