କ୍ରୀଡା

ଆଇପିଏଲ୍‌ ୨୦୨୪ ପଏଣ୍ଟ ଟେବୁଲ : ସନରାଇଜର୍ସ ହାଇଦ୍ରାବାଦ ଟିମ ମ୍ୟାଚ ଜିତିବା ପରେ ଚେନ୍ନାଇକୁ କ୍ଷତି

ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଟିମର ଧମାକେଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହାଇଦ୍ରାବାଦ ଟିମ୍‌ ୬୭ ରନରେ ମ୍ୟାଚ ଜିତିଛି । ସନରାଇଜର୍ସ ହାଇଦ୍ରାବାଦ ଟିମର ୭ଟି ମ୍ୟାଚ ମଧ୍ୟରୁ ଏହା ୫ମ ବିଜୟ । ଆଉ ଏହି ବିଜୟ ଯୋଗୁଁ ଟିମ୍‌ ଏବେ ୧୦ ପଏଣ୍ଟ ସହିତ ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ହାଇଦ୍ରାବାଦର ନେଟ ରନରେଟ ୦.୯୧୪ ରହିଛି । ଆଇପିଏଲ୍‌ ୨୦୨୪ ପଏଣ୍ଟ ଟେବୁଲରେ ୩୫ତମ ମ୍ୟାଚ ପୂର୍ବରୁ ରାଜସ୍ଥାନ ରୟାଲ୍ସ ୭ଟି ମ୍ୟାଚ ଖେଳି ୬ଟି ବିଜୟ ପାଇବା ପରେ ପ୍ରଥମ ସ୍ଥାନରେ ରହିଥିଲା । ସନରାଇଜର୍ସର ଏହି ବିଜୟ ପରେ ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସକୁ ପଏଣ୍ଟ ତାଲିକାରେ ତଳକୁ ଖସିଛି ।

ତେବେ ଆଇପିଏଲ ୨୦୨୪ ପଏଣ୍ଟ ତାଲିକା ବିଷୟରେ କହିବାକୁ ଗଲେ, ରାଜସ୍ଥାନ ରୟାଲ୍ସ ପ୍ରଥମ ସ୍ଥାନରେ ରହିଛି । ରାଜସ୍ଥାନ ୭ଟି ମ୍ୟାଚରୁ ୬ଟି ଜିତି ୧୨ ପଏଣ୍ଟ ହାସଲ କରିଥିବା ବେଳେ ନେଟ୍‌ ରନରେଟ ୦.୬୭୭ ରହିଛି । ସେହିପରି ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ ୭ଟି ମ୍ୟାଚରୁ ୫ଟି ବିଜୟ ପାଇ ୧୦ ପଏଣ୍ଟ ହାସଲ କରିଛି । ଟିମର ନେଟ ରନରେଟ ୦.୯୧୪ ରହିଛି ।

ତୃତୀୟ ସ୍ଥାନରେ କୋଲକତା ନାଇଟ ରାଇଡର୍ସ ରହିଥିବା ବେଳେ ୬ଟି ମ୍ୟାଚରୁ ୪ଟି ଜିତିଥିବା ବେଳେ ୨ଟି ହାରିଛି । କୋଲକତାର ପଏଣ୍ଟ ୮ ରହିଥିବା ବେଳେ ନେଟ ରନରେଟ ୧.୩୯୯ ରହିଛି । ସେହିପରି ଚେନ୍ନାଇ ୪ର୍ଥ ସ୍ଥାନରେ ରହିଛି । ଚେନ୍ନାଇ ୭ଟି ମ୍ୟାଚରୁ ୪ଟି ଜିତିଥିବା ବେଳେ ୮ ପଏଣ୍ଟରେ ନେଟ ରନରେଟ ୦.୫୨୯ ରହିଛି ।

ପଞ୍ଚମ ସ୍ଥାନରେ ଲକ୍ଷ୍ନୌ ସୁପରଜିଆଣ୍ଟସ ରହିଛି । ଟିମ୍‌ ୭ଟି ମ୍ୟାଚରୁ ୪ଟି ବିଜୟ ପାଇ ୮ ପଏଣ୍ଟ ହାସଲ କରିଛି । ଏହାର ନେଟ ରନରେଟ ୦.୧୨୩ ରହିଛି ।

ସେହିପରି ମୁମ୍ବାଇ ଟିମ୍‌ ୭ଟି ମ୍ୟାଚରୁ ୩ଟି ଜିତି ୬ ପଏଣ୍ଟ ରଖିଥିବା ବେଳେ ନେଟ ରନରେଟ -୦.୧୩୩ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ମ୍ୟାଚ ଖେଳି ୩ଟି ବିଜୟ ପାଇ ୬ ପଏଣ୍ଟ ହାସଲ କରିଛି । ଟିମର ରନରେଟ -୦.୪୭୭ ରହିଛି । ଗୁଜରାଟ ଟାଇଟନ୍ସ ୮ମ ସ୍ଥାନରେ ରହିଛି । ଟିମ୍‌ ୭ଟି ମ୍ୟାଚରୁ ୩ଟିରେ ବିଜୟ ପାଇଛି । ୯ମ ସ୍ଥାନରେ ପଞ୍ଜାବ କିଙ୍ଗସ ୪ ପଏଣ୍ଟ ହାସଲ କରିଥିବା ବେଳେ ୧୦ମ ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨ ପଏଣ୍ଟ ହାସଲ କରିଛି ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago