ବ୍ୟବସାୟ ଓ ଅର୍ଥନୀତି

Vi ଲଞ୍ଚ କଲା ନୂଆ ପୋଷ୍ଟ ପେଡ଼ ପ୍ଲାନ, ମିଳିବ ଆମାଜନ ପ୍ରାଇମର ମାଗଣା ସବସ୍କ୍ରିପସନ ସୁବିଧା

ଦୀପାବଳିକୁ ଲକ୍ଷରେ ରଖି ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଭୋଡ଼ାଫୋନ-ଆଇଡିୟା ନିଜ ଗ୍ରାହକଙ୍କ ପାଇଁ ଫ୍ରି ଓଟିଟି ସବସ୍କ୍ରିପସନ ବିଶିଷ୍ଟ ନୂଆ ଶସ୍ତା ପୋଷ୍ଟପେଡ଼ ପ୍ଲାନ ବଜାରରେ ଲଂଚ କରିଛି । ଏହି ପ୍ଲାନ ଲଂଚ ହେବା ପରେ କମ୍ପାନୀର ପୋଷ୍ଟ ପେଡ଼ ପ୍ଲାନ ଲିସ୍ଟରେ ଆଉ ଏକ ନୂଆ ପ୍ଲାନ ସାମିଲ ହୋଇଛି । ଏଣିକି ଗ୍ରାହକ ମାନେ ୩୯୯ ଟଙ୍କା, ୪୯୯ଟଙ୍କା, ୬୯୯ ଟଙ୍କା ଓ ୧୦୯୯ ଟଙ୍କାରେ ରିଚାର୍ଜ କରିପାରିବେ । କହିରଖିବା ଉଚିତ ହେବକି, ଏହା ପୂର୍ବରୁ ଆମାଜନ-ନେଟଫ୍ଲିକ୍ସ ପରି ଓଟିଟି ପ୍ଲାଟ୍ଫର୍ମର ଫ୍ରି ସବସ୍କ୍ରିପସନର ଆରମ୍ଭ ରିଲାଏନ୍ସ ଜିଓ କମ୍ପାନୀ ତରଫରୁ କରାଯାଇଥିଲା ।

କମ୍ପାନୀ ପକ୍ଷରୁ ଲଞ୍ଚ ହୋଇଥିବା ନୂଆ ୬୯୯ ଟଙ୍କା ପୋଷ୍ଟପେଡ଼ ପ୍ଲାନରେ ପ୍ରତିଦିନ ଅନଲିମିଟେଡ଼ ଡାଟା ସୁବିଧା ମିଳିପାରିବ । ଏହି ପ୍ଲାନରେ ୧୫୦
ଜିବି ଡାଟା ମିଳିବ । କିନ୍ତୁ ଦୈନିକ ବ୍ୟବହାରରେ କୌଣସି ନିର୍ଦିଷ୍ଟ ସୀମା ରହିବ ନାହିଁ । ଏହା ବ୍ୟତୀତ ଏହି ପ୍ଲାନ ଜରିଆରେ ଏକ ମାସ ପର୍ଯ୍ୟନ୍ତ ପ୍ରତିଦିନ ୧୦୦ ଟି ମାଗଣା ଏସଏମଏସର ସୁବିଧା ବି ରହିଛି । ଏହି ପ୍ଲାନରେ ଅନଲିମିଟେଡ଼ କଲିଙ୍ଗ ସମେତ ୯୯ ଟଙ୍କାର ଆମାଜନ ପ୍ରାଇମର ସବସ୍କ୍ରିପସନ ସୁବିଧା ମିଳିପାରିବ । ଏହା ସହ ୧୨୫ ଟଙ୍କାର ଏମପିଏଲ କ୍ୟାସ, ଜୋମାଟୋରେ ୨୦୦ ଟଙ୍କାର ଛାଡ ସମେତ ଭୋଡ଼ାଫୋନ ପ୍ଲେ ଆପ ସବସ୍କ୍ରିପସନ ଲାଭ ମିଳିବ ।

ଅନ୍ୟପକ୍ଷରେ ଭୋଡାଫୋନ ଦ୍ୱାରା ଲଂଚ ହୋଇଥିବା ଏହି ପ୍ଲାନର ତୁଳନା ଜିଓ କମ୍ପାନୀର ୫୯୯ ଟଙ୍କିଆ ପ୍ଲାନ ସହିତ କରାଯାଉଛି । ଜିଓର ଏହି ପ୍ଲାନରେ ୧୫୦ ଜିବି ଡାଟା ସୁବିଧା ସହିତ ୨୦୦ ଜିବି ପର୍ଯ୍ୟନ୍ତ ରୋଲ ଓଭର ସୁବିଧା ବି ରହିଛି ।

 

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

20 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

28 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago