ଭୋଡାଫୋନ ଆଇଡ଼ିଆ ଦେଲା ଝଟକା , ଡିସେମ୍ବର ୧ ରୁ ମହଙ୍ଗା ହେବ ତାରିଫ ପ୍ଲାନ

ଟେଲିକମ କ୍ଷେତ୍ରରେ ଚାଲିଥିବା ଏହି ଉତ୍ଥାନ ପତନ ମଧ୍ୟରେ ଭୋଡାଫୋନ ଆଇଡ଼ିଆ ନିଜର ତାରିଫ ପ୍ଲାନର ଦର ବଢାଇବ ବୋଲି ଘୋଷଣା କରିଛି ।ଭୋଡାଫୋନ ଆଇଡ଼ିଆ ପକ୍ଷରୁ ଜାରି କରଯାଇଥିବା ଏକ ସୂଚନାରେ କୁହାଯାଇଛି ଯେ କମ୍ପାନୀ ଡିସେମ୍ବର ୧ ତାରିଖ ଠାରୁ ତାରିଫ ପ୍ଲାନର ଦର ବଢାଇବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ କମ୍ପାନୀର ପ୍ରାୟ ୩୭ କୋଟି ଗ୍ରାହକଙ୍କ ଉପରେ ପଡିବ ।

ଯଦିଓ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଘୋଷଣା କରିନାହିଁ ଯେ କେତେ ପ୍ରତିଶତ କିମ୍ବା କେତେ ଟଙ୍କା ବୃଦ୍ଧି ହେବ କିନ୍ତୁ ଏହା ନିଶ୍ଚିତ ଭାବେ କହିଛି ଯେ ସାରା ଦୁନିଆ ତୁଳନାରେ ଭାରତରେ ଡାଟାପ୍ଲାନ ବହୁତ ଶସ୍ତା ରହିଛି । ଏପରିସ୍ଥଳେ କମ୍ପାନୀ ଡାଟାପ୍ଲାନର ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ।

ସୂଚନା ଅନୁଯାୟୀ ଭୋଡାଫୋନ ଆଇଡ଼ିଆ ସମୟୋଯିତ ସଫଳ ରାଜସ୍ୱ(AGR)ର ପେମେଣ୍ଟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ସୁପ୍ରିମକୋର୍ଟ କମ୍ପାନୀକୁ ୯୦ ଦିନ ମଧ୍ୟରେ ୪୪,୨୦୦ କୋଟି ଟଙ୍କା ପରିଶୋଧ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି ବିଷୟକୁ ନେଇ ଦୂରସଂଚାର ବିଭାଗ ଓ ଟେଲିକମ କମ୍ପାନୀ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଛି । ଏପରି ଦାୟର ଗଣନା ପାଇଁ ବ୍ୟବହାର କରାଯାଉଥିବା ମେଥଡକୁ ଆଧାର କରି ମାର୍କେଟ ଆନାଲିଷ୍ଟସ ଟେଲିକମ ଡିପାର୍ଟମେଣ୍ଟକୁ ଏଭଳି କହିଛି । ଯଦି ଭୋଡାଫୋନ ଆଇଡିଆର ଏଜିଆରରେ ବୃଦ୍ଧି ଘଟେ ତାହେଲେ କମ୍ପାନୀର ସମସ୍ୟା ବୃଦ୍ଧି ପାଇବ ।

ଏହାସହ ପଢନ୍ତୁ ଖୁବ ଶୀଘ୍ର ବନ୍ଦ ହୋଇପାରେ ଦେଶର ବଡ ଟେଲିକମ କମ୍ପାନୀ, ୭୦ କୋଟି ଗ୍ରାହକଙ୍କ ଉପରେ ପଡିବ ପ୍ରଭାବ

ଆଇସିଆଇସିଆଇ ସିକ୍ୟୁରିଟିଙ୍କ କହିବା ଅନୁଯାୟୀ ଭୋଡାଫୋନ ଆଇଡ଼ିଆ ଏଜିଆର ସମ୍ବନ୍ଧିତ ୪୪,୨୦୦କୋଟି ଟଙ୍କାର ଶୁଳ୍କ ପରିଶୋଧ କରିବାର ଥିଲା । ଏଥିମଧ୍ୟରେ ଆନାଲିଷ୍ଟ କଲରେ ସୁଧ ଓ ଜରିମାନା ମଧ୍ୟ ସାମିଲ ରହିଛି । ଭୋଡାଫୋନ ଆଇଡିଆର ଏହି ଅନୁମାନ ୧୮ ପ୍ରତିଶତ ଏବଂ ୧୨.୫ ପ୍ରତିଶତ ଡିଫରେନ୍ସିଆଲ ରେଟ ଉପରେ ଆଧାରିତ ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

10 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

19 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

53 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago