ବ୍ୟବସାୟ ଓ ଅର୍ଥନୀତି

୧୦ମ ପାସ୍‌ କରିଥିଲେ ତୁରନ୍ତ ମିଳିବ ରେଲୱେ ଚାକିରି, ଖାଲିପଡିଛି ୨୫୦୦ରୁ ଅଧିକ ପଦବୀ : କରନ୍ତୁ ଆବେଦନ

ପଶ୍ଚିମ ମଧ୍ୟ ରେଲୱେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଯେଉଁମାନେ ଆବେଦନ କରିବାକୁ ଇଚ୍ଛୁକ ସେମାନେ ଆବେଦନ କରିପାରିବେ । ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସେଣ୍ଟ୍ରାଲ ରେଲୱେର ଅଫିସିଆଲ ୱେବସାଇଟ୍‌ wcr.indianrailways.gov.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଖାଲିପଡିଥିବା ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୭ ଡିସେମ୍ବର ୨୦୨୨ ରହିଛି ।

ପଦବୀ ବିବରଣୀ : ୨୫୨୧

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ହେବା ଜରୁରୀ। ସରଂକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ ସରକାରୀ ନିୟମ ଅନୁସାରେ ଛୁଟ୍‌ ମିଳିବ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ କିମ୍ବା ଦ୍ୱାଦଶ ପାସ୍‌ କରିଥିବା ଜରୁରୀ। ପ୍ରାର୍ଥୀ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଏହାସହିତ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ। ଅନୁସୂଚିତ ଜାତି, ଜନଜାତି, PWD ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ୧୦ମ ମାର୍କ ଏବଂ ମେରିଟ୍‌ ଆଧାରରେ କରାଯିବ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍‌ wcr.indianrailways.gov.in କୁ ଯାଆନ୍ତୁ ।

ତା’ ପରେGo To Contacts କୁ ଯାଇ Recruitment ସେକ୍ସନକୁ ଯାଆନ୍ତୁ।

ଏହାପରେ Recruitment cell କୁ ଯାଇ ଶେଷରେ engagement of act apprentices for 2022-23କୁ ଯାଇ କ୍ଲିକ୍‌ କରନ୍ତୁ।

ତା’ ପରେ ଆପ୍ଲାଏ ଲିଙ୍କ ଉପରେ କ୍ଲିକ କରି ରେଜିଷ୍ଟ୍ରର କରନ୍ତୁ।

ଆବେଦନ ଫର୍ମ ପୂରଣ ହେବା ପରେ ସବୁ ଡକ୍ୟୁମେଣ୍ଟ ଅପଲୋଡ୍‌ କରନ୍ତୁ।

ଏବେ ଫିସ୍‌ ସବମିଟ୍‌ କରି ଫର୍ମ ଜମା କରନ୍ତୁ।

ଶେଷରେ ଫର୍ମର ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://iroams.com/RRCJabalpur/applicationIndex

https://wcr.indianrailways.gov.in/uploads/files/1668746759404-Act%20Apprrentice%20Notification%2003_2022.pdf

Swagatika

Recent Posts

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

7 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

37 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

38 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

1 hour ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

1 hour ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

2 hours ago