୧୦ମ ପାସ୍ କରିଥିଲେ ତୁରନ୍ତ ମିଳିବ ରେଲୱେ ଚାକିରି, ଖାଲିପଡିଛି ୨୫୦୦ରୁ ଅଧିକ ପଦବୀ : କରନ୍ତୁ ଆବେଦନ

ପଶ୍ଚିମ ମଧ୍ୟ ରେଲୱେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଯେଉଁମାନେ ଆବେଦନ କରିବାକୁ ଇଚ୍ଛୁକ ସେମାନେ ଆବେଦନ କରିପାରିବେ । ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସେଣ୍ଟ୍ରାଲ ରେଲୱେର ଅଫିସିଆଲ ୱେବସାଇଟ୍ wcr.indianrailways.gov.in କୁ ଯାଇ ଆବେଦନ କରିପାରିବେ ।
ଜରୁରୀ ତାରିଖ : ଖାଲିପଡିଥିବା ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୭ ଡିସେମ୍ବର ୨୦୨୨ ରହିଛି ।
ପଦବୀ ବିବରଣୀ : ୨୫୨୧
ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ହେବା ଜରୁରୀ। ସରଂକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମାରେ ସରକାରୀ ନିୟମ ଅନୁସାରେ ଛୁଟ୍ ମିଳିବ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ କିମ୍ବା ଦ୍ୱାଦଶ ପାସ୍ କରିଥିବା ଜରୁରୀ। ପ୍ରାର୍ଥୀ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଏହାସହିତ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ। ଅନୁସୂଚିତ ଜାତି, ଜନଜାତି, PWD ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ୧୦ମ ମାର୍କ ଏବଂ ମେରିଟ୍ ଆଧାରରେ କରାଯିବ।
କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍ wcr.indianrailways.gov.in କୁ ଯାଆନ୍ତୁ ।
ତା’ ପରେGo To Contacts କୁ ଯାଇ Recruitment ସେକ୍ସନକୁ ଯାଆନ୍ତୁ।
ଏହାପରେ Recruitment cell କୁ ଯାଇ ଶେଷରେ engagement of act apprentices for 2022-23କୁ ଯାଇ କ୍ଲିକ୍ କରନ୍ତୁ।
ତା’ ପରେ ଆପ୍ଲାଏ ଲିଙ୍କ ଉପରେ କ୍ଲିକ କରି ରେଜିଷ୍ଟ୍ରର କରନ୍ତୁ।
ଆବେଦନ ଫର୍ମ ପୂରଣ ହେବା ପରେ ସବୁ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।
ଏବେ ଫିସ୍ ସବମିଟ୍ କରି ଫର୍ମ ଜମା କରନ୍ତୁ।
ଶେଷରେ ଫର୍ମର ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :