ବ୍ୟବସାୟ ଓ ଅର୍ଥନୀତି

ଟଙ୍କା ସଞ୍ଚୟ କରିବାର ବଢ଼ିଆ ମାଧ୍ୟମ ପୋଷ୍ଟ ଅଫିସର ପିପିଏଫ ଖାତା

ଟଙ୍କା ନିବେଶ କରିବା ଏକ ବହୁତ ଭଲ ଅଭ୍ୟାସ। ତେଣିକି ଏହି ନିବେଶ ଛୋଟ ହେଉ ଅବା ବଡ, ଏହା ଆପଣଙ୍କୁ ଆପଣଙ୍କ ଅସୁବିଧା ସମୟରେ ବଡ ସାହାଯ୍ୟ କରିବ। ନିବେଶ ଅନେକ ପ୍ରକାରର ରହିଛି। କିଛି ନିବେଶ ବଜାରର ଲାଭ କ୍ଷତିକୁ ନେଇ ହୋଇଥାଏ ଏବଂ ଆଉ କିଛି ନିବେଶ ଏମିତି ହୋଇଥାଏ ଯେଉଁଥିରେ ବଜାରର ଲାଭ କ୍ଷତିର ପ୍ରଭାବ ତାର ରିଟର୍ଣ୍ଣ ଉପରେ କୌଣସି ଲେନା ଦେନା ନଥାଏ। ଯେଉଁ ଇନଭେଷ୍ଟମେଣ୍ଟରେ ବଜାରର ଲାଭ କ୍ଷତିର ପ୍ରଭାବ ପଡିନଥାଏ ତାହାକୁ ସେଫଟି ନିବେଶ କୁହାଯାଏ। ଏମିତିରେ ଯଦି ଆପଣ ଭଲ ଆଉ ସେଫଟି ନିବେଶ ସନ୍ଧାନରେ ଅଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ପିପିଏଫ ବା ସାର୍ବଜନିକ ଭବିଷ୍ୟ ନିଧି ଯୋଜନା ବିଷୟରେ ଜଣାଇବୁ। ଯାହାକୁ ଆପଣ କୌଣସି ବି ଡାକଘରୁ ସହଜରେ ଏହି ଆକାଉଣ୍ଟକୁ ଖୋଲିପାରିବେ।

ଆମେ ଆଜି ପିପିଏଫକୁ ନେଇ କିଛି ଖାସିୟତ୍‌ ଜଣାଇବାକୁ ଯାଉଛୁ, ଯେଉଁଥିରେ ଆପଣ ଜାଣିପାରିବେ ଯେ ପୋଷ୍ଟଅଫିସର ପିପିଏଫ ଖାତା କେଉଁମାନେ ଖୋଲିପାରିବେ? ଭାରତୀୟ ଡାକର େଓ୍ଵବସାଇଟ ଅନୁଯାୟୀ କୌଣସି ବି ନାଗରିକ ପିପିଏଫ ଖାତା ଖୋଲି ପାରିବେ। ଏହାଛଡା ନାବାଳକ, ମାନସିକ ବିକାର ଗ୍ରସ୍ଥ ଏବଂ ଦୁର୍ବଳ ଥିବା ବ୍ୟକ୍ତିଙ୍କ ପାଇଁ ସେମାନଙ୍କ ଅଭିଭାବକ ତାଙ୍କ ପାଇଁ ଆକାଉଣ୍ଟ ଖୋଲିପାରିବେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାରା ଦେଶରେ ଥିବା ପୋଷ୍ଟ ଅଫିସ କିମ୍ବା କୌଣସି ବି ବ୍ୟାଙ୍କରେ ଆପଣ କେବଳ ଗୋଟିଏ ଖାତା ହିଁ ଖୋଲିପାରିବେ।

ଏବେ ଆସନ୍ତୁ ଜାଣିବା କେତେ ଟଙ୍କା ସୁଧ ମିଳିଥାଏ?

ପିପିଏଫ ଖାତାର ୭.୧ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ। ଏହା ଚକ୍ରବର୍ତ୍ତୀ ବାର୍ଷିକ ସୁଧ ହୋଇଥାଏ। ସୁଧର ହିସାବ କ୍ୟାଲେଣ୍ଡର ମାସର ପଞ୍ଚମ ଦିନର ସମାପ୍ତି ଏବଂ ମାସର ଆରମ୍ଭ ଭିତରେ ଖାତାରେ ସବୁଠାରୁ କମ୍‌ ଶେଷ ରାଶିରେ କରାଯାଇଥାଏ। ଏହି ସୁଧକୁ ପ୍ରତ୍ୟେକ ଆର୍ଥିକ ବର୍ଷର ଆରମ୍ଭରେ ଖାତାରେ ଜମା କରାଯାଇଥାଏ।

ଜମା କରିବାର କଣ ରହିଛି ନିୟମ?

ଏକ ଆର୍ଥିକ ବର୍ଷରେ ମିନିମମ୍‌ ୫୦୦ ଟଙ୍କା ଏବଂ ମ୍ୟାକ୍ସିମମ୍‌ ରାଶି ୧,୫୦,୦୦୦ ଟଙ୍କା ଜମା କରାଯାଇହେବ। ଜମା କରିବାର ଅଧିକତମ ସୀମା ୧.୫୦ ଲକ୍ଷ ଟଙ୍କା ରହିଛି, ଯେଉଁଥିରେ କୌଣସି ବି ବ୍ୟକ୍ତି ନିଜ ଖାତା ଏବଂ ଏହାଦ୍ୱାରା ଏକ ନାବାଳକ ତରଫରୁ ଖୋଲାଯାଇଥିବା ଖାତାରେ ଜମା ରାଶି ସାମିଲ ହେବ। ଏହି ସୀମା ମଧ୍ୟରେ ଆର୍ଥିକ ବର୍ଷରେ ୫୦ ଟଙ୍କା ଗୁଣା କିସ୍ତିରେ ଟଙ୍କା ଜମା କରିପାରିବେ।

 

Pritiparna

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

10 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago