ବ୍ୟବସାୟ ଓ ଅର୍ଥନୀତି

ରିଲଞ୍ଚ ହେବ Yamaha RX100 , ଜାଣନ୍ତୁ ଏହା ସତ ନା ଗୁଜବ

ମଟର ସାଇକେଲ ପ୍ରେମୀମାନଙ୍କ ହୃଦୟରେ Yamaha RX100 ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହା ୧୯୮୦ ମସିହାରେ ଲଞ୍ଚ ହୋଇଥିଲା । RX100 ଏକ ଆଇକନିକ ଟୁ ଷ୍ଟ୍ରୋକ ମଟର ସାଇକେଲ ଯାହା ‘ର’ ପାଓ୍ଵାର ସହ ନିଜର ଭିନ୍ନ ପର୍ଫମାନ୍ସ ପାଇଁ ବେଶ ଜଣାଥିଲା । ନିକଟରେYamaha ର ଏହି RX100 ଗାଡ଼ି ରିଲଞ୍ଚ ହେବା ନେଇ ଗୁଜବ ସୃଷ୍ଟି ହୋଇଛି । ତେବେ ଭାରତୀୟ ବଜାରରେ ଏହି RX100 ରିଲଞ୍ଚ ହେଉଛି କି ନାହିଁ ତାହା ଆମେ ଆପଣଙ୍କୁ ଜଣାଇବୁ ।

Yamaha RX100 କୁ ଏକ ମଟର ସାଇକେଲ କୁହାଯିବ ତାହା ନୁହେଁ ଏହା ଅନେକ ବାଇକ ପ୍ରେମୀଙ୍କ ପାଇଁ ଦୁର୍ବଳତା । ପ୍ରତ୍ୟେକ ବାଇକ ପ୍ରେମୀ ଏହି ବାଇକ କିଣିବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ଏହି ବାଇକ ରିଲଞ୍ଚ ହେବା ଗୁଜବକୁ ନେଇ କିଛି ବାଇକ ପ୍ରେମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଯାଇଛି ।

ଯଦି ଏହି ଗୁଜବକୁ ବିଶ୍ୱାସ କରାଯାଏ ତେବେ, ବର୍ତ୍ତମାନର ଆଧୁନିକ ସମୟରେ ଏହି Yamaha RX100 ଭଲ ଫିଚର ସହ ଅପଗ୍ରେଡ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ଲଞ୍ଚ ହୋଇଥିବା RX100ରେ ଟୁ ଷ୍ଟ୍ରୋକ ଇଞ୍ଜିନ ଥିବା ବେଳେ ରିଲଞ୍ଚ ହେବାକୁ ଥିବା ଗାଡ଼ିରେ କ୍ଲିନର, ଅଧିକ ଫ୍ୟୁଲ ଯୁକ୍ତ ଫୋର ଷ୍ଟ୍ରୋକ ଇଞ୍ଜିନ ରହିଥିବା ଆଶା କରାଯାଉଛି । ତେବେ Yamahaର ଏହି ବାଇକ ଲେଜେଣ୍ଡାରି ପାଓ୍ଵାର ଏବଂ ପର୍ଫମାନ୍ସକୁ ଧରି ରଖୁଛି କି ନାହିଁ ତାହା ଦେଖିବାକୁ ଅପେକ୍ଷା ।

ତେବେ ଆସନ୍ତୁ ଜାଣିବା ଏହାର ଡିଜାଇନ ଏବଂ ଫିଚର କଣ ରହିଛି ।
ପୂର୍ବ RX100 ରେ ସାଧାରଣ ଡିଜାଇନ ରହିଥିବା ବେଳେ ରିଲଞ୍ଚ ହେବାକୁ ଥିବା ମଟର ସାଇକେଲରେ ଆଧୁନିକ ଡିଜାଇନର ଏଲିମେଣ୍ଟସ୍‌ ଏବଂ ଫିଚର ରହିଥିବା ଗୁଜବ ହେଉଛି । ଏହା ବ୍ୟତୀତ, ଉନ୍ନତ ମାନର ଏର୍ଗୋନୋମିକ୍ସ, LED ଲାଇଟିଙ୍ଗ, ଡିଜିଟାଲ ଇନ୍ସଟ୍ରୁମେଣ୍ଟ କ୍ଲଷ୍ଟର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ସାମିଲ ରହିଛି, ଯାହା ରାଇଡିଙ୍ଗ ର ଏକ୍ସପେରିଏନ୍ସକୁ ବଢାଇବ ।

ତେବେ ଏହାର ଦାମ କେତେ ରହିଛି ଆପଣ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବେ । ପୂର୍ବ RX100 ସଫଳ ହେବାର କାରଣ ହେଉଛି ଏହାର ଉପଯୁକ୍ତ ପ୍ରାଇସ୍‌ ଟ୍ୟାଗ । ଯଦି Yamaha ପୂନର୍ବାର ଲଞ୍ଚ କରିବାକୁ ଯାଉଥିବା ଏହି ଭର୍ସନର ମୂଲ୍ୟ କମ୍ପିଟେଟିଭ ପ୍ରାଇସ ପଏଣ୍ଟରେ ରଖେ ତେବେ ଏହା ଅନେକ ବାଇକ ପ୍ରେମୀଙ୍କୁ ଆକର୍ଷିତ କରିବ । ଏହା ଭାରତୀୟ ମଟରସାଇକେଲ ବଜାରରେ ମଧ୍ୟ ପ୍ରଭାବ ପକାଇବ ।

Yamaha RX100 ରିଲଞ୍ଚ ନେଇ ଗୁଜବ ସୃଷ୍ଟି ହୋଇଥିବା ବେଳେ Yamaha ଏହି ଖବରକୁ ନେଇ କୌଣସି ଅଫିସିଆଲ ଘୋଷଣା କରିନାହିଁ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା କିଛି ସ୍ୱତନ୍ତ୍ର ରିପୋର୍ଟରୁ ପ୍ରକାଶ ପାଇଛି । ତେବେ ବାଇକ ପ୍ରେମୀମାନେ Yamahaର ଅଫିସିଆଲ ଘୋଷଣାକୁ ଅପେକ୍ଷା କରିଛନ୍ତି । ତେବେ ଆପଣYamaha ପ୍ରେମୀ କି? ଆପଣ ଏହି RX100 ବାଇକ କିଣିବା ପାଇଁ ଚାହୁଁଛନ୍ତି କି ? ତେବେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ ଏବଂ ଅଧିକ ଅପଡେଟ୍ସ ପାଇଁ ଆମ ଚ୍ୟାନେଲ କେ ନ୍ୟୁଜ ସହ ଯୋଡ଼ି ହୋଇଥାନ୍ତୁ ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

7 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

19 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

20 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago