ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର। ସଙ୍କଟରେ ଥିବା ଏହି ବ୍ୟାଙ୍କ ମଙ୍ଗଳବାର କହିଛି ଯେ ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଆକାଉଣ୍ଟ ମାଧ୍ୟମରେ କ୍ରେଡିଟ୍ କାର୍ଡ ଓ ଅନ୍ୟ ପେମେଣ୍ଟ କରିପାରିବେ। ପୂର୍ବରୁ ନଗଦ ଅର୍ଥର ଅଭାବ ଯୋଗୁ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ସମସ୍ତ କାର୍ଯ୍ୟ ଉପରେ ରୋକ୍ ଲଗାଇଥିଲା।
ବ୍ୟାଙ୍କର ସମସ୍ତ ନେଣଦେଣ ଠପ୍ ହେବା ପରେ ଏଟିଏମ୍ ଓ ବ୍ୟାଙ୍କ ଶାଖା ସାମ୍ନାରେ ଅର୍ଥ ଉଠାଣ ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଓ ଡିଜିଟାଲ ପେମେଣ୍ଟ ଭଳି ଅନ୍ୟ ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଟଙ୍କା ଉଠାଇ ପାରୁନଥିଲେ। ଏହା ବ୍ୟତୀତ ବିଦେଶୀ ମୁଦ୍ରା ସେବା ଓ କ୍ରେଡିଟ୍ କାର୍ଡ ସେବା ମଧ୍ୟ ପ୍ରଭାବିତ ହୋଇଥିଲା।
ୟେସ୍ ବ୍ୟାଙ୍କ ଟ୍ଵିଟ୍ କରି କହିଛି ଯେ ଆଇଏମ୍ପିଏସ୍/ଏନ୍ଇଏଫ୍ଟି ସେବା ଏବେ ଚାଲୁ ହୋଇଛି। ଆପଣ ଅନ୍ୟ ବ୍ୟାଙ୍କ ଖାତାରୁ ୟେସ୍ ବ୍ୟାଙ୍କର କ୍ରେଡିଟ୍ ଓ ଅନ୍ୟ ଋଣର ଉଠାଣ କରିପାରିବେ।
ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଏବେ ଏଟିଏମ୍ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଅଛି ଓ ଗ୍ରାହକ ଇଚ୍ଛା ମୁତାବକ ଟଙ୍କା ଉଠାଣ କରିପାରିବେ। ସୂଚନାଯୋଗ୍ୟ ଯେ ଆରବିଆଇ ଗୁରୁବାର ଏପ୍ରିଲ ୩ ପର୍ଯ୍ୟନ୍ତ ୟେସ୍ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଉଠାଇବାକୁ ଲିମିଟ୍ ସ୍ଥିର କରିଥିଲେ। ତେବେ ଗ୍ରାହକ ନିଜ ଆକାଉଣ୍ଟରୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ କରିପାରିବେ ନାହିଁ। ଆରବିଆଇ ୟେସ୍ ବ୍ୟାଙ୍କର ଗ୍ରାହକଙ୍କୁ ଏନେଇ ସୁନିଶ୍ଚିତ କରିଛି ଯେ ଯାହା ବି ନିଷ୍ପତ୍ତି ନିଆଯିବ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଆଯିବ।
ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…
ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…
ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା l ଘଟଣାକୁ…
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …
ସୋର : କୋଇଲା ବଗିରେ ଲାଗିଛି ନିଆଁ l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…