Below header

ୟେସ୍‌ ବ୍ୟାଙ୍କର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଅନ୍ୟ ବ୍ୟାଙ୍କ ଆକାଉଣ୍ଟରୁ ବି ଏବେ ଗ୍ରାହକ ଉଠାଇ ପାରିବେ ଟଙ୍କା

ୟେସ୍‌ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର। ସଙ୍କଟରେ ଥିବା ଏହି ବ୍ୟାଙ୍କ ମଙ୍ଗଳବାର କହିଛି ଯେ ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଆକାଉଣ୍ଟ ମାଧ୍ୟମରେ କ୍ରେଡିଟ୍‌ କାର୍ଡ ଓ ଅନ୍ୟ ପେମେଣ୍ଟ କରିପାରିବେ। ପୂର୍ବରୁ ନଗଦ ଅର୍ଥର ଅଭାବ ଯୋଗୁ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ସମସ୍ତ କାର୍ଯ୍ୟ ଉପରେ ରୋକ୍‌ ଲଗାଇଥିଲା।

yes-bank2

ବ୍ୟାଙ୍କର ସମସ୍ତ ନେଣଦେଣ ଠପ୍‌ ହେବା ପରେ ଏଟିଏମ୍‌ ଓ ବ୍ୟାଙ୍କ ଶାଖା ସାମ୍ନାରେ ଅର୍ଥ ଉଠାଣ ପାଇଁ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଗ୍ରାହକ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଓ ଡିଜିଟାଲ ପେମେଣ୍ଟ ଭଳି ଅନ୍ୟ ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଟଙ୍କା ଉଠାଇ ପାରୁନଥିଲେ। ଏହା ବ୍ୟତୀତ ବିଦେଶୀ ମୁଦ୍ରା ସେବା ଓ କ୍ରେଡିଟ୍‌ କାର୍ଡ ସେବା ମଧ୍ୟ ପ୍ରଭାବିତ ହୋଇଥିଲା।

yes-bank

ୟେସ୍‌ ବ୍ୟାଙ୍କ ଟ୍ଵିଟ୍‌ କରି କହିଛି ଯେ ଆଇଏମ୍‌ପିଏସ୍‌/ଏନ୍‌ଇଏଫ୍‌ଟି ସେବା ଏବେ ଚାଲୁ ହୋଇଛି। ଆପଣ ଅନ୍ୟ ବ୍ୟାଙ୍କ ଖାତାରୁ ୟେସ୍‌ ବ୍ୟାଙ୍କର କ୍ରେଡିଟ୍‌ ଓ ଅନ୍ୟ ଋଣର ଉଠାଣ କରିପାରିବେ।

atm

ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଏବେ ଏଟିଏମ୍‌ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ଅଛି ଓ ଗ୍ରାହକ ଇଚ୍ଛା ମୁତାବକ ଟଙ୍କା ଉଠାଣ କରିପାରିବେ। ସୂଚନାଯୋଗ୍ୟ ଯେ ଆରବିଆଇ ଗୁରୁବାର ଏପ୍ରିଲ ୩ ପର୍ଯ୍ୟନ୍ତ ୟେସ୍‌ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଉଠାଇବାକୁ ଲିମିଟ୍‌ ସ୍ଥିର କରିଥିଲେ। ତେବେ ଗ୍ରାହକ ନିଜ ଆକାଉଣ୍ଟରୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ କରିପାରିବେ ନାହିଁ। ଆରବିଆଇ ୟେସ୍‌ ବ୍ୟାଙ୍କର ଗ୍ରାହକଙ୍କୁ ଏନେଇ ସୁନିଶ୍ଚିତ କରିଛି ଯେ ଯାହା ବି ନିଷ୍ପତ୍ତି ନିଆଯିବ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.