ହୋଲିରେ Google ର ଉପହାର, କେବଳ ଗୋଟିଏ ଶବ୍ଦ ସର୍ଚ୍ଚ କରନ୍ତୁ ଆଉ ଦେଖନ୍ତୁ ଯାଦୁ

ହୋଲି ସେଲିବ୍ରେଟ୍‌ କରିବାକୁ ଓ ୟୁଜର୍ସଙ୍କୁ ଉପହାର ଦେବାକୁ ଗୁଗଲ ଏକ ଖୁବ ସୁନ୍ଦର ଟ୍ରିକ୍‌ ଆରମ୍ଭ କରିଛି। ଏହା ଏକ ଏଭଳି ଉପାୟ ଯାହା ଦେଖିବାକୁ ନିଆରା ତଥା ମଜାଦାର ଲାଗୁଛି। ଏହି ଉପାୟରେ ଆଉ ଫୋନ୍‌ ସହ ବି ହୋଲି ଖେଳିପାରିବେ। ଆସନ୍ତୁ ଜାଣିବା କ’ଣ ସେହି ଟ୍ରିକ୍‌…

google

  • ଗୁଗଲ୍‌ରେ ସର୍ବପ୍ରଥମେ ଇଂରାଜୀରେ ହୋଲି (Holi) ଲେଖନ୍ତୁ ଓ ସର୍ଚ୍ଚ ଉପରେ ଟ୍ୟାପ୍‌ କରନ୍ତୁ।
  • ଏବେ ସର୍ଚ୍ଚ ରେଜଲ୍ଟ ସହ ୟୁଜରଙ୍କୁ କଲର ପୂର୍ଣ୍ଣ ପ୍ଲେଟ୍‌ ଦେଖିବାକୁ ମିଳିବ।
  • ଏହି କଲର ଫୁଲ ପ୍ଳେଟ୍‌ ଉପରେ ଟ୍ୟାପ୍‌ କରନ୍ତୁ। ଆପଣ ଯେତିକି ଯେତିକି ଟ୍ୟାପ୍‌ କରି କରି ଯିବେ ରଙ୍ଗ ସେତିକି ସେତିକି ସ୍କ୍ରିନ୍‌ ଉପରେ ବ୍ୟାପି ବ୍ୟାପି ଯିବ। ଯେମିତି କି କେହି ସ୍କ୍ରିନ୍‌ ଉପରେ ପିଚକାରୀରୁ ରଙ୍ଗ ଢାଳୁଛି।
  • ଏହି କଲରକୁ ଫୋନ୍‌ ସ୍କ୍ରିନ୍‌ରୁ ହଟାଇବା ପାଇଁ ଗୁଗଲ ଏକ ବଟନ ମଧ୍ୟ ଦେଇଛି। ଏହି ବଟନ ଉପରେ ପାଣିର ବୁନ୍ଦା ଭଳି ଦିଆଯାଉଛି। ୟୁଜର ଏହାକୁ ଟ୍ୟାପ୍‌ କରିବା ପରେ ସ୍କ୍ରିନ୍‌ ପରିଷ୍କାର ହୋଇ ପୂର୍ବ ଭଳି ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.