ଏଣିକି ସ୍ମାର୍ଟଫୋନ୍ କହିବ ଆପଣ ଆଣୁଥିବା କ୍ଷୀର ଅସଲି ନା ନକଲି , ଜାଣନ୍ତୁ ପ୍ରକ୍ରିୟା

ସନ୍ଦେହ ହେଉଛି ଆପଣଙ୍କ ଘରକୁ ଆସିଥିବା କ୍ଷୀରରେ ଅପମିଶ୍ରଣ ହୋଇଛି । ହେଲେ କେମିତି ଜାଣିବେ ବାଟ ପାଉନାହାଁନ୍ତି ? ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ସ୍ମାର୍ଟଫୋନ ହିଁ ଜଣାଇଦେବ କ୍ଷୀର ଅସଲି କି ନକଲି । ଏଭଳି ଚମତ୍କାର କରି ଦେଖାଇଛନ୍ତି ଆଇଆଇଟି ହାଇଦ୍ରାବାଦର ବିଶେଷଜ୍ଞ । ସ୍ମାର୍ଟଫୋନ୍ ଆଧାରିତ ଏମିତି ପ୍ରଣାଳୀ ବିକଶିତ କରିଛନ୍ତି ଏହି ବିଶେଷଜ୍ଞ ଯାହାର ସାହାଯ୍ୟରେ ଜଣା ପଡିଯିବ କ୍ଷୀରରେ ମିଶ୍ରଣ ହୋଇଛି କି ନା ।

ଆଇଆଇଟି ରିସର୍ଚ୍ଚର ଗୋବିନ୍ଦ ସିଂହ କହିଛନ୍ତି, କେମୋଥେରାପି ଏବଂ ସ୍ପେକ୍ଟ୍ରୋସ୍କୋପି ଟେକନିକ୍ ବ୍ୟବହାର କରି କ୍ଷୀରରେ ଅପମିଶ୍ରଣ ଜାଣିପାରିବେ । ହେଲେ ଏପରି ଟେକନିକ୍ ପାଇଁ ମହଙ୍ଗା ଉପକରଣର ଆବଶ୍ୟକ । ଯାହାର ସବୁ ଗ୍ରାହକ କିଣିପାରିବେ ନାହିଁ । ଏହି କଥାକୁ ଧ୍ୟାନରେ ରଖି ନୂଆ ଉପକରଣ ପ୍ରସ୍ତୁତ କରିଥିବା କହିଛନ୍ତି ଗୋବିନ୍ଦ ସିଂହ । ଯାହା ଫଳରେ ଏହାକୁ ବ୍ୟବହାର କରି ଗ୍ରାହକ କ୍ଷୀରରେ ଅପମିଶ୍ରଣ ହୋଇଛି କି ଜାଣିପାରିବେ ।

ଏହି ପ୍ରଣାଳୀ ମାଧ୍ୟମରେ ଇଣ୍ଡିକେଟର୍ ପେପର୍ ବ୍ୟବହାର କରି କ୍ଷୀରରେ ଅମ୍ଳର ପରିମାଣ ପତ୍ତା ଲଗାଯାଇପାରିବ । ଏହି ପେପର୍ ଅମ୍ଲ ହିସାବରେ ରଙ୍ଗ ବଦଳିଥାଏ । ସେ ଏକ ଆଲଗୋରିଦିମ୍ ମଧ୍ୟ ବିକଶିତ କରିଛନ୍ତି ଯାହାକୁ ସ୍ମାର୍ଟଫୋନ୍ ସହ ଯୋଡି ଏହି ରଙ୍ଗ ପରିବର୍ତ୍ତନର ସଠିକ୍ ବିଶ୍ଳେଷଣ କରାଯାଇପାରିବ ।

KNews Bureau

Recent Posts

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

38 mins ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

40 mins ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

53 mins ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

56 mins ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

1 hour ago

ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଚାଳଛପର ଘର

ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର…

1 hour ago