ବ୍ୟବସାୟ ଓ ଅର୍ଥନୀତି

Renault ଆଣିଲା ସୁବର୍ଣ୍ଣ ସୁଯୋଗ, ଏବେ ୫ ଲକ୍ଷରୁ ବି କମ ଟଙ୍କାରେ ଆପଣଙ୍କୁ ମିଳିପାରିବ ଫ୍ୟାମିଲି କାର

ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ କାର ବିଷୟରେ କହିବାକୁ ଯାଉଛୁ ଯାହା ଗ୍ରାହକ ମାନଙ୍କୁ ୫ ଲକ୍ଷରୁ ବି କମ ଟଙ୍କାରେ ମିଳିପାରିବ । ଆଉ ମଧ୍ୟ ଜଣାଯାଇଛି କି ପୂର୍ବ ବର୍ଷ ଲଞ୍ଚ ହୋଇଥିବା ଏହି କାରକୁ ଗ୍ରାହକ ମାନେ ବି ଖୁବ ପସନ୍ଦ କରିଛନ୍ତି । କହି ରଖିବା ଉଚିତ ହେବକି ଚଳିତ ବର୍ଷ ଜାନୁଆରୀ ମାସ ଶେଷ ସୁଦ୍ଧା ଏହି ଗାଡିର ୨୪,୧୪୨ ଟି ୟୁନିଟ ଭାରତୀୟ ବଜାରରେ ବିକ୍ରି ହୋଇଯାଇଛି । ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ୨୦୧୯ ମସିହାରେ ହିଁ ଭାରତୀୟ ବଜାରରେ Renault Triber ଲଞ୍ଚ ହୋଇଥିଲା ।

ଆଉ ମଧ୍ୟ କୁହାଯାଉଛିକି ଏମପିଭି ବା ମଲ୍ଟି ପରପଜ ଭେହିକଲ ସେଗମେଣ୍ଟର ଏହା ହେଉଛି ସବୁଠୁ ଶସ୍ତା କାର । ଆଜି ଆମେ ଆପଣଙ୍କୁ ଏହି ଗାଡିର ମାଇଲେଜ, ଇଂଜିନ, ପରଫରମନ୍ସ , ବ୍ରେକ, ସସ୍ପେସନ, ଡ଼ାଈମେନ୍ସନ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଏହି ଗାଡିର ସାନଦାର ଫିଚର୍ସ ଗୁଡିକ ଉପରେ ଏକ ନଜର ପକାଇବା ।

– Renault Triberର ଏହି ଗାଡିରେ ଲିଟର ପିଛା ୨୦.୫ କିଲୋମିଟରର ମାଇଲେଜ ମିଳିଥାଏ ।

– ଭାରତୀୟ ବଜାରରେ Renault Triberର ଏହି କାର ଚାରୋଟି ଭେରିଆଣ୍ଟରେ ଆସିଥାଏ । ଯାହା ଭିତରେ ରହିଛି RXE,RXL,RXT,RXZ

– ପାୱାର ପାଇଁ ଏଥିରେ ୯୯୯ ସିସି , ୩ ସିଲିଣ୍ଡର, ମଲ୍ଟି ଫ୍ୟୁଏଲ ଇଞ୍ଜେକ୍ସନ ପେଟ୍ରୋଲ ଇଂଜିନ ବି ମିଳିଥାଏ ।

– ପରଫର୍ମାନସ ଦୃଷ୍ଟିରୁ ଦେଖିଲେ ୬୨୫୦ ଆର୍ପିଏମ ଉପରେ ୭୨ ପିଏସର ମ୍ୟାକ୍ସିମମ ପାୱାର ଓ ୩୫୦୦ ଆର୍ପିଏମର ୯୬ ଏନଏମର ଟର୍କ ଜେନେରେଟ କରିଥାଏ ।

– ଆଉ ମଧ୍ୟ ଏହି ଗାଡ଼ିରେ ୪୦ ଲିଟର କ୍ଷମତା ଥିବା  ଏକ ଫୁଏଲ ଟ୍ୟାଙ୍କର ସୁବିଧା ବି ଦିଆଯାଇଛି ।

– ବ୍ରେକ ଦୃଷ୍ଟିରୁ ଏଥିରେ ଫ୍ରଣ୍ଟ ଡିସ୍କ ବ୍ରେକ ଓ ରିୟାରରେ ଡ୍ରମ ବ୍ରେକ ସୁବିଧା ଦିଆଯାଇଛି ।

– ଡ଼ାଈମେନ୍ସନ ପାଇଁ ରଣାର୍ଲଟ ତ୍ରିବାରର ଲମ୍ବ ୩୯୯୦ ମିଲିମିଟର, ଚୌଡା ୧୭୩୯ ମିଲିମିଟର ସହ ଉଚ୍ଚତା ୧୬୪୩ ମିଲିମିଟର ଦିଆଯାଇଛି । ଯେବେକି ଏହାର ଭିଲବେଶ ୨୬୩୬ ମିଲିମିଟର ରହିଛି ।

-ଯେବେକି ଏହାର ଗ୍ରାଉଣ୍ଡ କ୍ଲିୟରରେନ୍ସ ୧୮୨ ମିଲିମିଟର ଦିଆଯାଇଛି । ଅନ୍ୟ ପକ୍ଷରେ ଲାଇଫ ମୋଡ଼ରେ ୬୨୫ ଲିଟର ବୁଟ ସ୍ପେସ ଓ ଟ୍ରିଭ ମୋଡ଼ରେ ୮୪ ଲିଟରର ବୁଟ ସ୍ପେସର ସୁବିଧା ମିଳିଥାଏ । ଗାଡିର ସୋ’ ରୁମ ଦର ରହିଛି ମାତ୍ର ୪.୯୫ ଲକ୍ଷ ଟଙ୍କା ।

 

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

28 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

37 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

49 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

56 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

58 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago