ଲାଇଫ୍ ଷ୍ଟାଇଲ୍

ଖାଇବା ପରେ ଗାଧୋଉଛନ୍ତି କି ? ଭୋଗିପାରନ୍ତି ଏପରି ସମସ୍ୟା

ଆଜିକାଲିର ଲୋକେ ନିଜର ଅବ୍ୟବସ୍ଥିତ ଦିନଚର୍ଯ୍ୟାରେ ଏଭଳି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, କେତେବେଳେ କେଉଁ କାମ କରିବେ ଭୁଲିଯାଉଛନ୍ତି। ଅଧିକ କାମ ଏବଂ କମ୍‌ ସମୟ କାରଣରୁ ଅସନ୍ତୁଳିତ ଦିନଚର୍ଯ୍ୟା ରୋଗର କାରଣ ପାଲଟିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସୁବିଧା ଅନୁସାରେ କାମ କରୁଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏପରି ଏକ ଭୁଲ ହେଉଛି ଖାଇବା ପରେ ଗାଧୋଇବା। ଖାଇବା ପରେ ଗାଧୋଇବା ଶରୀର ପାଇଁ ହାନିକାରକ। ସେଥିପାଇଁ ପୂର୍ବକାଳରୁ ଗାଧୋଇବା ପରେ ଖାଇବା ଉଚିତ ବୋଲି କୁହାଯାଏ। ଆୟୁର୍ବେଦ ଅନୁସାରେ ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପେଟର ଚାରିପଟରେ ରକ୍ତ ପ୍ରବାହ ବଢିଯାଇଥାଏ। ଏହାସହିତ ବ୍ୟକ୍ତିର ପାଚନ କ୍ରିୟା ମଧ୍ୟ ଧୀର ହୋଇଯାଏ।

ଖାଇବା ପରେ ଗାଧୋଇବାକୁ ମନା କରାଯାଇଛି। ଏହା ପଛର କାରଣ ହେଉଛି ଯେ, ପେଟ ପାଖରେ ଯେଉଁ ରକ୍ତ ପାଚନ କରିବାରେ ସାହାଯ୍ୟ କରିଥାଏ, ସେଗୁଡିକ ଗାଧୋଇବା ଦ୍ୱାରା ଶରୀରର ଅନ୍ୟ ଭାଗକୁ ଚାଲିଯାଇଥାଏ। ଯେଉଁଥିପାଇଁ ଖାଦ୍ୟ ସଠିକ ଭାବେ ପାଚନ ହୋଇପାରେ ନାହିଁ।

ଶରୀର ଉପରେ ପାଣି ପଡିବା ଯୋଗୁଁ ରକ୍ତର ପ୍ରବାହ ଅଧିକ ମାତ୍ରାରେ ଶରୀରର ଅନ୍ୟ ଭାଗକୁ ଚାଲିଯାଏ। ଫଳରେ ଆମ ମସ୍ତିଷ୍ପକୁ ଯେତିକି ରକ୍ତ ଦରକାର ତାହା ମିଳିନଥାଏ। ଏଥିପାଇଁ ଆମେ ଅନେକ ଥର ମୁଣ୍ଡ ବୁଲାଇବା ସହିତ ଅଚେତ ହୋଇପଡିଥାଏ। ସେଥିପାଇଁ ନିଜକୁ ସୁସ୍ଥ ରଖିବାକୁ ହେଲେ ଖାଇବା ପୂର୍ବରୁ ଗାଧାନ୍ତୁ କିମ୍ବା ଖାଇବାର ୧ ଘଣ୍ଟା ପରେ ଗାଧୋଇବା ଉଚିତ।

Swagatika

Recent Posts

ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା…

8 mins ago

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

46 mins ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

1 hour ago

ପାଟନା: ୧୭ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଗଙ୍ଗା ନଦୀରେ ଓଲଟିଲା, ୬ ନିଖୋଜ; ଚାଲିଛି ରେସ୍‌କ୍ୟୁ ଅପରେସନ

ବିହାରରେ ବଡ଼ ଧରଣର ନୌକା ଦୁର୍ଘଟଣା । ପାଟନାର ବାଢ଼ରେ ଉମାନାଥ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ଗଙ୍ଗା ନଦୀରେ…

1 hour ago

ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର…

1 hour ago

୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର…

2 hours ago