ପିରିୟଡ୍ସ ଅର୍ଥାତ୍ ମାସିକ ଧର୍ମ ଭାରତରେ ଏକ ବଡ଼ ସାମାଜିକ ପ୍ରତିବନ୍ଧକ ଭାବେ ପରିଗଣିତ ହୁଏ। ଭାରତର ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋ ଏହି ଦିଗରେ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। କମ୍ପାନୀ ନିଜ ମହିଳା କର୍ମଚାରୀଙ୍କୁ ପିରିୟଡ୍ସ ପାଇଁ ବର୍ଷକୁ ୧୦ ଦିନର ଛୁଟି ଦେବାକୁ ଘୋଷଣା କରିଛି।
ଜୋମାଟୋର ପ୍ରତିଷ୍ଠାତା ଓ ସିଇଓ ଦିପିନ୍ଦର ଗୋୟଲ କହିଛନ୍ତି ମହିଳା ଓ ଟ୍ରାନ୍ସଜେଣ୍ଡର ଷ୍ଟାଫ୍ ପିରିୟଡ୍ସର ପ୍ରତି ମାସିକ ଚକ୍ରରେ ଗୋଟିଏ ଦିନ ଲେଖାଏଁ ଛୁଟି ପାଇବାକୁ ହକ୍ଦାର। ସେ ଇମେଲ କରି କହିଛନ୍ତି ଯେ ପିରିୟଡ୍ସ ପାଇଁ ଛୁଟି ନେବାରେ କିଛି ଲାଜ ଲାଗିବ ଭଳି କଥା ନାହିଁ। ଆପଣ କମ୍ପାନୀକୁ ଏହି ଛୁଟି ପାଇଁ କହିବା ପାଇଁ ଆଦୌ ସଙ୍କୋଚ କରିବା ଆବଶ୍ୟକତା ନାହିଁ।
ମାସିକ ଧର୍ମ ପାଇଁ ଛୁଟି ନେବା ଉପରେ ଅନାବଶ୍ୟକ ଉତ୍ପୀଡ଼ନ ଓ ଅପ୍ରିୟ ଟିପ୍ପଣୀ ଦେଉଥିବା ଲୋକଙ୍କୁ ଜୋମାଟୋର ସିଇଓ କହିଛନ୍ତି ମହିଳାଙ୍କର ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ଏନେଇ ଲଜ୍ଜାବୋଧ କରିବା ଅନୁଚିତ। ଆପଣ ଖୋଲାଖୋଲି ଏ ବିଷୟରେ କହି ଛୁଟି ନେଇପାରିବେ। ଆମେ ମହିଳାଙ୍କୁ ସମର୍ଥନ କରୁଛୁ। ଜୋମାଟୋର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ମହିଳାମାନେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…