କରୋନା ଭାଇରସ

ଦୀର୍ଘ ୧୫ ଦିନ ଧରି କନ୍ଦାଉଥିଲା ପେଟର ଭୋକ, ପିଲାଙ୍କର ଏପରି ଅବସ୍ଥା ସହିନପାରି ଫାଶୀରେ ଝୁଲି ପଡିଲେ ଦିନ ମଜୁରିଆ ବାପା

କାନପୁର : କରୋନା ଠାରୁ ରକ୍ଷା ପାଇବା ପାଇଁ ଦେଢ଼ ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ ଜାରି ରହିଛି।ଲକଡାଉନ ସବୁଠାରୁ ଅଧିକ କଲବଲ କରୁଛି ଦିନ ମଜୁରିଆଙ୍କୁ। ପ୍ରତି ଦିନ ରୋଜଗାର କଲେ ଘର ଚଳୁଥିବା ମଜୁରିଆଙ୍କୁ ସାମ୍ନାରେ ଏବେ ଭୋକର ଆତୁର ସମସ୍ୟା ହୋଇ ଛିଡା ହୋଇଛି। କରୋନାର ଭୟ ଠାରୁ ଅଧିକ ହୋଇଯାଉଛି ପେଟର ଜ୍ୱାଳା। ଆଉ ପେଟର ଜ୍ୱାଳା ଯେ କେତେ ଭୟଙ୍କର ପରିସ୍ଥିତି ସୃଷ୍ଟି କରେ ତାହା ଆଜି ଆପଣ ଏହି ପାଠ୍ୟକ୍ରମରୁ ଜାଣିପାରିବେ।

କାନପୁର ନିବାସୀ ଜଣେ ଦିନ ମଜୁରିଆଙ୍କୁ କଲବଲ କରୁଥିଲା କରୋନାର ଅଭାବୀ ପରିସ୍ଥିତି। ଆଉ ପିଲାମାନଙ୍କର ଶୁଖିଲା ଓଠ ଆଉ ହାଡୁଆ ଦେହ। ଏହି ଦିନ ମଜୁରୀଆ ଜଣଙ୍କ ନିଜ ପିଲାମାନଙ୍କ ପେଟରେ ଟିକେ ଦାନା ଦେଇ ନପାରିବାରୁ ଦେଖିପାରିଲେଣି ସେମାନଙ୍କ ଦୁଃଖ ଆଉ ଶେଷରେ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ ବ୍ୟକ୍ତିଙ୍କ ପରିବାର କହିଲେ ତିନି ପୁଅ ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ସଂସାର। କିନ୍ତୁ କରୋନା ମାଡରେ ଭାଙ୍ଗିଯାଇଛି ଏହି ଗରିବ ମଜୁରିଆର ଘର। ଦୀର୍ଘ ୧୫ ଦିନ ଧରି ପିଲାମାନେ କେତେବେଳେ ପାଣି ପିଇ ଶୋଇ ଯାଉଥିଲେ ତ ଆଉ କେତେବେଳେ ଉପାସରେ ଶୋ ଯାଉଥିଲେ। ଆଉ ପିଲାଙ୍କର ଏହି ଅବସ୍ଥା ଦେଖି ଭିତରେ ଭିତରେ ଭାଙ୍ଗିପଡିଥିଲେ ଏହି ବ୍ୟକ୍ତି। ଆଉ ଶେଷରେ ନିଜ ଜୀବନକୁ ହରାଇ ଝୁଲିପଡିଲେ ଫାଶୀ ଦୌଡିରେ।

Pritiparna

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

7 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

8 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

52 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

55 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago