ଦୀର୍ଘ ୧୫ ଦିନ ଧରି କନ୍ଦାଉଥିଲା ପେଟର ଭୋକ, ପିଲାଙ୍କର ଏପରି ଅବସ୍ଥା ସହିନପାରି ଫାଶୀରେ ଝୁଲି ପଡିଲେ ଦିନ ମଜୁରିଆ ବାପା

କାନପୁର : କରୋନା ଠାରୁ ରକ୍ଷା ପାଇବା ପାଇଁ ଦେଢ଼ ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ ଜାରି ରହିଛି।ଲକଡାଉନ ସବୁଠାରୁ ଅଧିକ କଲବଲ କରୁଛି ଦିନ ମଜୁରିଆଙ୍କୁ। ପ୍ରତି ଦିନ ରୋଜଗାର କଲେ ଘର ଚଳୁଥିବା ମଜୁରିଆଙ୍କୁ ସାମ୍ନାରେ ଏବେ ଭୋକର ଆତୁର ସମସ୍ୟା ହୋଇ ଛିଡା ହୋଇଛି। କରୋନାର ଭୟ ଠାରୁ ଅଧିକ ହୋଇଯାଉଛି ପେଟର ଜ୍ୱାଳା। ଆଉ ପେଟର ଜ୍ୱାଳା ଯେ କେତେ ଭୟଙ୍କର ପରିସ୍ଥିତି ସୃଷ୍ଟି କରେ ତାହା ଆଜି ଆପଣ ଏହି ପାଠ୍ୟକ୍ରମରୁ ଜାଣିପାରିବେ।

କାନପୁର ନିବାସୀ ଜଣେ ଦିନ ମଜୁରିଆଙ୍କୁ କଲବଲ କରୁଥିଲା କରୋନାର ଅଭାବୀ ପରିସ୍ଥିତି। ଆଉ ପିଲାମାନଙ୍କର ଶୁଖିଲା ଓଠ ଆଉ ହାଡୁଆ ଦେହ। ଏହି ଦିନ ମଜୁରୀଆ ଜଣଙ୍କ ନିଜ ପିଲାମାନଙ୍କ ପେଟରେ ଟିକେ ଦାନା ଦେଇ ନପାରିବାରୁ ଦେଖିପାରିଲେଣି ସେମାନଙ୍କ ଦୁଃଖ ଆଉ ଶେଷରେ ଆତ୍ମହତ୍ୟା କରିଛନ୍ତି।

hungerସୂଚନା ଅନୁଯାୟୀ ବ୍ୟକ୍ତିଙ୍କ ପରିବାର କହିଲେ ତିନି ପୁଅ ଝିଅ ଏବଂ ସ୍ତ୍ରୀଙ୍କୁ ନେଇ ସଂସାର। କିନ୍ତୁ କରୋନା ମାଡରେ ଭାଙ୍ଗିଯାଇଛି ଏହି ଗରିବ ମଜୁରିଆର ଘର। ଦୀର୍ଘ ୧୫ ଦିନ ଧରି ପିଲାମାନେ କେତେବେଳେ ପାଣି ପିଇ ଶୋଇ ଯାଉଥିଲେ ତ ଆଉ କେତେବେଳେ ଉପାସରେ ଶୋ ଯାଉଥିଲେ। ଆଉ ପିଲାଙ୍କର ଏହି ଅବସ୍ଥା ଦେଖି ଭିତରେ ଭିତରେ ଭାଙ୍ଗିପଡିଥିଲେ ଏହି ବ୍ୟକ୍ତି। ଆଉ ଶେଷରେ ନିଜ ଜୀବନକୁ ହରାଇ ଝୁଲିପଡିଲେ ଫାଶୀ ଦୌଡିରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.