ସୋସିଆଲ ଡିଷ୍ଟାନସିଂ ପାଳନର ଅଜବ ଯୁଗାଡ଼, ରେଷ୍ଟୁରାଣ୍ଟ ବାହାରେ ବସିଥିବା ଗ୍ରାହକ ମୁଣ୍ଡରେ ପିନ୍ଧିଛନ୍ତି ଏମିତି ଟୋପି, Photo ହେଲା ଭାଇରଲ

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି। ସବୁଠି ଲୋକେ ସୋସିଆଲ ଡିଷ୍ଟାନସିଂ ପାଳନ କରୁଥିବାର ନଜର ଆସୁଛନ୍ତି। ଜର୍ମାନୀର ରେଷ୍ଟୁରାଣ୍ଟ ‘Cafe and Conditory Roth’ ମଧ୍ୟ ସୋସିଆଲ ଡିଷ୍ଟାନସିଂର ଏକ ନୂଆ ତରିକା ବାହାର କରିଛି, ଯାହାକି ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି। ଏହି ରେଷ୍ଟୁରାଣ୍ଟ ନିଜ ଫେସବୁକ ପେଜରୁ ଏକ ଫଟୋ ସେୟାର କରିଛି।

ଫଟୋରେ ଦେଖାଯାଉଛି କି, ରେଷ୍ଟୁରାଣ୍ଟ ବାହାରେ ବସିଥିବା ଗ୍ରାହକମାନେ ନିଜ ଟୋପି ଉପରେ ‘ସ୍ଵିମିଙ୍ଗ ପୁଲ ନୁଡଲସ’ ଲଗାଇଛନ୍ତି। କହି ରଖୁଛୁ, ଏହା କୌଣସି ଦେଶର କଥା ନୁହେଁ, ବରଂ ପ୍ରତ୍ୟେକ ଦେଶର ‘ପବ୍ଲିକ ହେଲଥ ଏଜେନ୍ସି’ ଲୋକଙ୍କୁ ସୋସିଆଲ ଡିଷ୍ଟାନସିଂ ପାଳନ କରିବା ପାଇଁ ଆଗ୍ରହ ସୃଷ୍ଟି କରାଉଛି। ଦୁଇ ଦିନ ତଳେ ସେୟାର କରାଯାଇଥିବା ଏହି ଫଟୋରେ ଲୋକେ ‘ସ୍ଵିମିଙ୍ଗ ପୁଲ ନୁଡଲସ’ ପିନ୍ଧି ବେଶ ଆରାମରେ ନିଜ ଖାଦ୍ୟର ମଜା ନେଉଛନ୍ତି।

ଏ ପର୍ଯ୍ୟନ୍ତ ଏହାକୁ 1400ରୁ ଅଧିକ ସେୟାର ମିଳିସାରିଲାଣି। ତେବେ ଏହା ପୂର୍ବରୁ ବି ଚୀନର ଏକ ସ୍କୁଲର ପିଲାମାନେ ମୁଣ୍ଡରେ ‘ହେଡ ଗେୟର’ ପିନ୍ଧି ସ୍କୁଲ ଯାଉଥିବା ଦେଖାଯାଇଥିଲା। ଏହାସହିତ ସ୍କୁଲ ପିଲାମାନଙ୍କୁ କାର୍ଡବୋର୍ଡ ହ୍ୟାଟ ପିନ୍ଧି ସ୍କୁଲ ଆସିବାକୁ ମଧ୍ୟ କୁହାଯାଇଥିଲା, ଯେପରି ସୋସିଆଲ ଡିଷ୍ଟାନସିଂ ପାଳନ କରାଯାଇପାରିବ।

ସେହିପରି ତାମିଲନାଡୁରେ ବି ଜଣେ ବ୍ୟକ୍ତି ସୋସିଆଲ ଡିଷ୍ଟାନସିଂ ପାଳନ କରିବାକୁ ଯାଇ ନିଜ ରୋବୋଟକୁ କିଣାକିଣି କରିବାକୁ ମାର୍କେଟ ପଠାଇଥିଲେ। ଏକ ନ୍ୟୁଜ ଏଜେନ୍ସି ମୁତାବକ, ଜଣେ କମ୍ପ୍ୟୁଟର ଇଞ୍ଜିନିୟର 3,000 ଟଙ୍କା ଖର୍ଚ୍ଚ କରି ମାତ୍ର ଦୁଇ ଦିନରେ ଏକ କାର୍ଡବୋର୍ଡ ମେସିନ ତିଆରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.