Below header

ଚାକରାଣୀଙ୍କୁ କିସ୍‌ କରିବାକୁ ନେଇ ପତି ରାଜଙ୍କୁ ଗୋଇଠା ମାରିଲେ ଶିଳ୍ପା, ଭାଇରାଲ ହେଉଛି ଭିଡିଓ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ସୋସିଆଲ ମିଡିଆରେ ଧମାଲ ମଚାଉଛନ୍ତି। ଶିଳ୍ପାଙ୍କ ଟିକଟିକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କଥା କ’ଣ କି, ଚାକରାଣୀ ସହ ଅନୈତିକ ସମ୍ପର୍କକୁ ନେଇ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କୁ ପିଟିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏଭଳି ଏକ ଭିଡିଏ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। କିନ୍ତୁ ଏହା ସତ ନୁହେଁ, ବରଂ ଏକ ଟିକଟକ୍‌ ଭିଡିଓ।

ଶିଳ୍ପା ଓ ରାଜ୍ ଲକ୍ଡାଉନ୍ ସମୟରେ ଘରେ ବସି ଟିକଟକ ଭିଡିଓ କରୁଛନ୍ତି। ତାଙ୍କର ଏହି ଭିଡିଓଗୁଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି। ଏହିକ୍ରମରେ ସେ ଏବେ ଏହି ଭିଡିଓ କରି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭିଡିଓରେ ରାଜ୍ ସ୍ବାମୀ ଏବଂ ଶିଳ୍ପା ଉଭୟ ପତ୍ନୀ ଓ ଚାକରାଣୀ ଭୂମିକାରେ ଅଭିନୟ କରିଛନ୍ତି। ଶିଳ୍ପା ଏହି ଭିଡିଓ ସେୟାର୍ କରିବାର କିଛି ଘଣ୍ଟା ଭିତରେ ୧.୨ ମିଲିୟନ୍ ଲୋକ ଏହାକୁ ଦେଖି ସାରିଛନ୍ତି। ସେହିପରି ତାଙ୍କର ବନ୍ଧୁ ଓ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ନେଇ ନିଜ ମତ ରଖିଛନ୍ତି। ସୂଚନାଯୋଗ୍ୟ, ଶିଳ୍ପା ଖୁବଶୀଘ୍ର ଫିଲ୍ମ ‘ହଙ୍ଗାମା ୨’ ଏବଂ ନିକମ୍ମା’ ଜରିଆରେ ବଲିଉଡକୁ ଫେରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.