କରୋନା ଭାଇରସ

କରୋନା ପାଇଁ ଆୟୁର୍ବେଦିକ୍‌ ମେଡିସିନିର କ୍ଲିନିକାଲ୍‌ ଟ୍ରାଏଲ, ମିଳିଲା ଭଲ ରେଜଲ୍ଟ

କରୋନା ପାଇଁ ଏଯାଏ କୈାଣସି ମେଡିସିନ୍‌ ବାହାରି ନାହିଁ । ଅଧିକାଂଶ ଦେଶ ଏହାର ପ୍ରସ୍ତୁତି ଓ ଗବେଷଣାରେ ଲାଗିଛନ୍ତି । ତେବେ କରୋନା ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଚିକିତ୍ସା ଆଣିଛି ଏକ ନୂତନ ଆଶା । ନିକଟରେ କରୋନା ଉପରେ ହୋଇଥିବା କ୍ଲିନିକାଲ ଟ୍ରାଏଲରେ ଏହି ତଥ୍ୟ ସାମ୍ନାକୁ ଆସିଛି । କରୋନାର ପାରମ୍ପରିକ ଚିକିତ୍ସା ଅପେକ୍ଷା ଆୟୁର୍ବେଦିକ ଚିକିତ୍ସା ଅଧିକ ଫଳପ୍ରଦ ହୋଇଥିବା ଦେଖାଯାଇଛି ।

ଆନ୍ଧ୍ରପ୍ରଦେଶ ଶ୍ରିକାକୁଲମ୍‌, ଗୁଜୁରାଟର ଭଦୋଦ୍ରା ଓ ମହାରାଷ୍ଟ୍ର ପୁନେର ଲୋକମାନ୍ୟ ତିଲକ ଭଳି ଦେଶର ୩ଟି ହସ୍‌ପିଟାଲ୍‌ରେ ଚାଲିଥିବା କ୍ଲିନିକାଲ୍‌ ଟ୍ରାଏଲ୍‌ର ମଧ୍ୟବର୍ତ୍ତିକାଳୀନ ରିପୋର୍ଟରେ ଏହା କୁହାଯାଇଛି । ସରକାରଙ୍କ ଦ୍ୱାରା ପରିଚାଳିତ ପାରମ୍ପରିକ ଚିକିତ୍ସା ଅପେକ୍ଷା ଆୟୁର୍ବେଦିକ୍‌ ଚିକିତ୍ସା ଅଧିକ ଫଳପ୍ରଦ ହେଉଥିବା ଦେଖାଯାଇଛି ।

କରୋନା ସଂକ୍ରମଣର ଚିକିତ୍ସାରେ ଇମ୍ୟୁନୋଫ୍ରି ଏବଂ ରେଜିନ୍ୟୁମନ୍ ନାମକ ଆୟୁର୍ବେଦିକ ମେଡିସିନ ମିଶ୍ରଣର ପ୍ରଭାବ ଜାଣିବା ପାଇଁ କ୍ଲିନିକାଲ୍ ପରୀକ୍ଷା ଚାଲିଛି। ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦ୍ୱାରା ପରିଚାଳିତ ପାରମ୍ପରିକ ଚିକିତ୍ସା ଅପେକ୍ଷା ଏହି ମିଶ୍ରଣକୁ ଅଧିକ ପ୍ରଭାବଶାଳୀ ବିବେଚନା କରାଯାଇଛି। ଇମ୍ୟୁନୋଫ୍ରି କୋରିଭାଲ୍ ଲାଇଫ୍ ସାଇନ୍ସର ଏକ ମେଡିସିନ ହୋଇଥିବାବେଳେ ରେଜିନ୍ୟୁମନ୍ ବାୟୋଗେଟିକା ମେଡିସିନ ।

ଏଥିସହ ବିଭିନ୍ନ ପରୀକ୍ଷଣ ଯେପରିକି ସି- ରିଆକ୍ଟିଭ୍ ପ୍ରୋଟିନ୍, ପ୍ରୋକ୍ଲୋସିଟୋନିନ୍, ଡି ଡାୟମର୍ ଏବଂ ଆରଟି- ପିସିଆରରେ ମଧ୍ୟ ପାରମ୍ପରିକ ଚିକିତ୍ସା ତୁଳନାରେ ପ୍ରାକୃତିକ ଉପଶମରୁ ୨୦ ରୁ ୬୦ ପ୍ରତିଶତ ସୁଧାର ଦେଖିବାକୁ ମିଳିଛି ।

ପ୍ରାକୃତିକ ଚିକିତ୍ସା ଶରୀରରେ ଯନ୍ତ୍ରଣା ଏବଂ ଥକ୍କାପଣକୁ ମଧ୍ୟ ହ୍ରାସ କରିଛି। କରୋନା ପାଇଁ ୫ ଦିନର ପାରମ୍ପରିକ ଚିକିତ୍ସାରେ ୬୦ % ଲୋକ ଭଲ ହୋଇଥିବା ବେଳେ ଆୟୁର୍ବେଦିକ ଚିକିତ୍ସାରେ ୮୫% ଲୋକ ଭଲ ହେଉଥିବା ଦେଖାଯାଇଛି । ଆୟୁର୍ବେଦିକ ଚିକିତ୍ସାର ୧୦ ଦିନ ପରେ ସମସ୍ତ ରୋଗୀ ନେଗେଟିଭ୍‌ ଆସିଥିବା ଦେଖାଯାଇଥିଲା ।

Niharanjan

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

16 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

18 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

21 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

27 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

42 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago