କରୋନା ପାଇଁ ଆୟୁର୍ବେଦିକ୍ ମେଡିସିନିର କ୍ଲିନିକାଲ୍ ଟ୍ରାଏଲ, ମିଳିଲା ଭଲ ରେଜଲ୍ଟ

କରୋନା ପାଇଁ ଏଯାଏ କୈାଣସି ମେଡିସିନ୍ ବାହାରି ନାହିଁ । ଅଧିକାଂଶ ଦେଶ ଏହାର ପ୍ରସ୍ତୁତି ଓ ଗବେଷଣାରେ ଲାଗିଛନ୍ତି । ତେବେ କରୋନା ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଚିକିତ୍ସା ଆଣିଛି ଏକ ନୂତନ ଆଶା । ନିକଟରେ କରୋନା ଉପରେ ହୋଇଥିବା କ୍ଲିନିକାଲ ଟ୍ରାଏଲରେ ଏହି ତଥ୍ୟ ସାମ୍ନାକୁ ଆସିଛି । କରୋନାର ପାରମ୍ପରିକ ଚିକିତ୍ସା ଅପେକ୍ଷା ଆୟୁର୍ବେଦିକ ଚିକିତ୍ସା ଅଧିକ ଫଳପ୍ରଦ ହୋଇଥିବା ଦେଖାଯାଇଛି ।
ଆନ୍ଧ୍ରପ୍ରଦେଶ ଶ୍ରିକାକୁଲମ୍, ଗୁଜୁରାଟର ଭଦୋଦ୍ରା ଓ ମହାରାଷ୍ଟ୍ର ପୁନେର ଲୋକମାନ୍ୟ ତିଲକ ଭଳି ଦେଶର ୩ଟି ହସ୍ପିଟାଲ୍ରେ ଚାଲିଥିବା କ୍ଲିନିକାଲ୍ ଟ୍ରାଏଲ୍ର ମଧ୍ୟବର୍ତ୍ତିକାଳୀନ ରିପୋର୍ଟରେ ଏହା କୁହାଯାଇଛି । ସରକାରଙ୍କ ଦ୍ୱାରା ପରିଚାଳିତ ପାରମ୍ପରିକ ଚିକିତ୍ସା ଅପେକ୍ଷା ଆୟୁର୍ବେଦିକ୍ ଚିକିତ୍ସା ଅଧିକ ଫଳପ୍ରଦ ହେଉଥିବା ଦେଖାଯାଇଛି ।
କରୋନା ସଂକ୍ରମଣର ଚିକିତ୍ସାରେ ଇମ୍ୟୁନୋଫ୍ରି ଏବଂ ରେଜିନ୍ୟୁମନ୍ ନାମକ ଆୟୁର୍ବେଦିକ ମେଡିସିନ ମିଶ୍ରଣର ପ୍ରଭାବ ଜାଣିବା ପାଇଁ କ୍ଲିନିକାଲ୍ ପରୀକ୍ଷା ଚାଲିଛି। ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦ୍ୱାରା ପରିଚାଳିତ ପାରମ୍ପରିକ ଚିକିତ୍ସା ଅପେକ୍ଷା ଏହି ମିଶ୍ରଣକୁ ଅଧିକ ପ୍ରଭାବଶାଳୀ ବିବେଚନା କରାଯାଇଛି। ଇମ୍ୟୁନୋଫ୍ରି କୋରିଭାଲ୍ ଲାଇଫ୍ ସାଇନ୍ସର ଏକ ମେଡିସିନ ହୋଇଥିବାବେଳେ ରେଜିନ୍ୟୁମନ୍ ବାୟୋଗେଟିକା ମେଡିସିନ ।
ଏଥିସହ ବିଭିନ୍ନ ପରୀକ୍ଷଣ ଯେପରିକି ସି- ରିଆକ୍ଟିଭ୍ ପ୍ରୋଟିନ୍, ପ୍ରୋକ୍ଲୋସିଟୋନିନ୍, ଡି ଡାୟମର୍ ଏବଂ ଆରଟି- ପିସିଆରରେ ମଧ୍ୟ ପାରମ୍ପରିକ ଚିକିତ୍ସା ତୁଳନାରେ ପ୍ରାକୃତିକ ଉପଶମରୁ ୨୦ ରୁ ୬୦ ପ୍ରତିଶତ ସୁଧାର ଦେଖିବାକୁ ମିଳିଛି ।
ପ୍ରାକୃତିକ ଚିକିତ୍ସା ଶରୀରରେ ଯନ୍ତ୍ରଣା ଏବଂ ଥକ୍କାପଣକୁ ମଧ୍ୟ ହ୍ରାସ କରିଛି। କରୋନା ପାଇଁ ୫ ଦିନର ପାରମ୍ପରିକ ଚିକିତ୍ସାରେ ୬୦ % ଲୋକ ଭଲ ହୋଇଥିବା ବେଳେ ଆୟୁର୍ବେଦିକ ଚିକିତ୍ସାରେ ୮୫% ଲୋକ ଭଲ ହେଉଥିବା ଦେଖାଯାଇଛି । ଆୟୁର୍ବେଦିକ ଚିକିତ୍ସାର ୧୦ ଦିନ ପରେ ସମସ୍ତ ରୋଗୀ ନେଗେଟିଭ୍ ଆସିଥିବା ଦେଖାଯାଇଥିଲା ।