Below header

ଏହି ବ୍ୟକ୍ତି ଗରିବ ଭୋକିଲା ପିଲାକୁ ରେଷ୍ଟୁରାଣ୍ଟରେ ଖୁଆଇଲେ ଖାଦ୍ୟ, ଯେତେବେଳେ ବିଲ ଆସିଲା ଦେଖିକି ହୋଇଗଲେ ଆଶ୍ଚର୍ଯ୍ୟ

ଦୁନିଆରେ ଏମିତି ବହୁତ କମ ଲୋକ ଥିବେ, ଯିଏ ଅନ୍ୟକୁ ସାହଯ୍ୟର ହାତ ବଢ଼ାଉଥିବେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିକଟରେ କରିଥିବା ଏକ କାମ ଦ୍ୱାରା ଲୋକଙ୍କ ହୃଦୟରେ ଘର କରିନେଇଛନ୍ତି। ତାଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା କରାଯାଉଛି। ବ୍ୟକ୍ତିଙ୍କ ନାଁ ଅଖିଳେଶ, ଯିଏ ଭୋକିଲା ଶିଶୁଙ୍କ ମୁହଁରେ ଆହାର ଦେଇଥିଲେ।

lll

ଖବରରୁ ଜଣାପଡିଛି, ଅଖିଳେଶ ନିଜ କାମ ଶେଷ କରି ରାତିରେ ଖାଦ୍ୟ ଖାଇବା ପାଇଁ କେରଳର ମଲାପୁରମରେ ଥିବା ଏକ ହୋଟେଲକୁ ଯାଇଥିଲେ। ଯେତେବେଳେ ସେ ଖାଦ୍ୟ ଅର୍ଡର କରି ଖାଇବା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ନଜର ବାହାରେ ଛିଡ଼ା ହୋଇଥିବା ପିଲାଙ୍କ ଉପରେ ପଡ଼ିଥିଲା। ଏହାପରେ ସେ ପିଲାଙ୍କୁ ଭିତରକୁ ଡାକିଥିଲେ।

ଜଣେ ପିଲା ତା’ ଛୋଟ ଭଉଣୀକୁ ଧରି ଆସିଥିଲା। ଅଖିଳେଶ ପିଲାଟିକୁ କିଛି ପଚାରିବା କ୍ଷଣି ସେ ଟେବୁଲ ଉପରେ ଥୁଆହୋଇଥିବା ଖାଦ୍ୟ ଆଡ଼କୁ ଇସାରା କରିଥିଲା। ଏହାପରେ ଅଖିଳେଶ ତୁରନ୍ତ ଅନ୍ୟ ଏକ ଥାଳି ପିଲାଙ୍କ ପାଇଁ ମଗାଇଥିଲେ। ସେ ସେମାନଙ୍କୁ ହାତ ଧୋଇବା ପାଇଁ କହିଥିଲେ ଏବଂ ଖାଦ୍ୟ ଖାଇବାକୁ ଦେଇଥିଲେ। ଖାଇବା ପରେ ପିଲା ଦୁହେଁ ସେଠାରୁ ଖୁସିରେ ଚାଲିଯାଇଥିଲା।

ll

ତେବେ ଯେତେବେଳେ ବିଲ ସାମ୍ନାକୁ ଆସିଥିଲା, ଅଖିଳେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ, ସେଥିରେ ପଇସା କେତେ ହୋଇଛି ଲେଖାଯାଇ ନ ଥିଲା, ବରଂ ଲେଖାହୋଇଥିଲା, ‘ଆମ ପାଖରେ ଏମିତି କୌଣସି ବି ମେସିନ ନାହିଁ, ଯାହା ମାନବିକତାର ବିଲ ସ୍ଥିର କରିପାରିବ’। ବିଲରେ ଲେଖାଯାଇଥିବା ଏହି ଧାଡ଼ିକୁ ପଢ଼ି ଅଖିଳେଶ ଭାବପ୍ରବଣ ହୋଇଯାଇଥିଲେ। ଏହାପରେ ସେ ବିଲର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ କରିଦେଇଥିଲେ।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.