ଆଜି ରାଜଧାନୀ ଭୁବନେଶ୍ୱରରୁ ୩୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍ ୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୩ ଜଣ ସରକାରୀ ସଂଗରୋଧ ଓ ୨୫୬ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ତେବେ ଭୁବନେଶ୍ୱରରୁ ଆଜି ୩୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 29th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Aq53WtNxqD— BMC (@bmcbbsr) September 29, 2020
ସୂଚନା ଅନୁସାରେ ସରକାରୀ ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ୟୁିନିଟ-୯ରୁ ୧୧ ଜଣ, ନିଳାଦ୍ରୀ ବିହାରରୁ ୫ ଜଣ, ଗାଢ଼କଣା, ଲକ୍ଷ୍ମୀସାଗରରୁ ୩ ଜଣ ଲେଖାଏଁ , ବଡ଼ଗଡ଼, ବରମୁଣ୍ଡା, ଜାଗମରାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଳ୍ପନା ଛକ, କଳିଙ୍ଗ ବିହାର, ଖରାବରଳ ନଗର, ଶୈଳଶ୍ରୀ ବିହାର, ଡ଼ୁମଡୁମା ଇତ୍ୟାଦି ଅଂଚଳରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଏମାନଙ୍କୁ ମିଶାଇ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୧ ହଜାର ୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭ ହଜାର ୮୯୨ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୨୬ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୯୧ ଜଣଙ୍କର ମୃତ୍ୟୁ ହୋଇଛି।