କରୋନା ଭାଇରସ

ଲକ୍‌ଡାଉନ୍‌ ବେଳେ କେମିତି ରହିଲେ ଖୁସି ଓ ଶାନ୍ତିରେ ରହିବେ, ସେ କଥା କହିଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଘରୋଇ ହିଂସା କିମ୍ବା ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ରୋକିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଭଳି କିଛି ଘଟିଲେ ଫୋନ୍‌ ନମ୍ବରରେ ୭୨୦୫୦୦୬୦୩୯ (7205006039)ରେ ଯୋଗାଯୋଗ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ୍‌ ୬୭୩୪ଟି ନମୂନା ପରୀକ୍ଷା କରାଯାଇଥିଲେ ମଧ୍ୟ କୌଣସି ପଜେଟିଭ୍‌ ଚିହ୍ନଟ ହୋଇ ନଥିବା ଏକ ଖୁସି ଖବର ବୋଲି ସେ କହିଛନ୍ତି ।
ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଜି ସୂଚନା ଦେଇଛନ୍ତି ଶ୍ରୀ ବାଗଚୀ । ଲକ୍‌ଡାଉନ୍‌ ସମୟରେ କିଭଳି ଦିନ କାଟିବ ସେ ବିଷୟରେ ସେ କହିଛନ୍ତି । ବାଗଚୀ କହିଛନ୍ତି ଯେ ଭାରତୀୟ ସାଇକଆଟ୍ରିଷ୍ଟ ସୋସାଇଟିର ଓଡ଼ିଶା ଚାପ୍ଟର ମୁଖ୍ୟ ଡ. ଅମ୍ରିତ ପାଟ୍ଟଯୋଶୀ ଏ ନେଇ ୧୨ଟି ପଏଣ୍ଟ ଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଯାହାକୁ ଗ୍ରହଣ କଲେ ଜଣେ ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରହିବ । ଆମେ ଲକ୍‌ଡାଉନ୍‌କୁ ଏଭଳି ଭାବେ ଗ୍ରହଣ କଲେ ଏହା ଆମକୁ ବାଧିବ ନାହିଁ । ଆସନ୍ତୁ ଜାଣିବା ସେହି ପଏଣ୍ଟ ଗୁଡ଼ିକ ।

ମନୋଚିକିତ୍ସକଙ୍କ ୧୨ ପଏଣ୍ଟ

୧-ପରିସ୍ଥିତିକୁ ସ୍ୱୀକାର କରନ୍ତୁ । ତାକୁ ଗ୍ରହଣ ନକେଲେ ଅଧିକ କଷ୍ଟକର ହେବ ।
୨-ଆଶା ରଖନ୍ତୁ ଓ ପ୍ରଶାସନ ଉପରେ ଭରସା ରଖନ୍ତୁ ।
୩-ଭୟ ଓ ଆଶଙ୍କା ଏକ ସାଧାରଣ ପ୍ରତିକ୍ରିୟା । ତେଣୁ ଏ ସଂକଟ ସମୟରେ ପରସ୍ପର ସହ ଯୋଡ଼ି ହେବା ସହିତ ପରସ୍ପରକୁ ଆଶ୍ୱାସନା ଦେବା ଦରକାର ।
୪-ପାରସ୍ପରିକ ମନୋମଳିନ୍ୟ ଭୁଲି ଏକଜୁଟ ହୋଇ କାମ କରିବା । ଏକାଠି ହେଲେ ହିଁ କରୋନାକୁ ହରାଇ ପାରିବା ।
୫-କର୍ମ ଜୀବନ, ଗୃହସ୍ଥ ଓ ସାମାଜିକ ଜୀବନ । ଏବେ ଆମେ ବନ୍ଦ କୋଠରୀରେ ରହୁଥିବାରୁ ଚିନ୍ତାଗ୍ରସ୍ତ ରହିବେ। ତେଣୁ ଘର ପରିସରରେ ଏହି କଥାଗୁଡ଼ିକୁ ଭାଗ ଭାଗ କରି ଦିଅନ୍ତୁ । ପରିସ୍ଥିତି କଷ୍ଟକର ହେବନାହିଁ ।
୬-ଇଏ ହେଉଛି ବ୍ୟକ୍ତିଗତ ତ୍ୟାଗର ସମୟ । ଆମ ପାଇଁ କଷ୍ଟର ସମୟ ସରି ଯାଇନାହିଁ । ଆଗକୁ ମଧ୍ୟ ରହିବ । ତେଣୁ ଆମକୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ ।
୭- ଧନୀ, ଗରିବ କି ସହର ଓ ଗ୍ରାମାଞ୍ଚଳ ଲୋକେ ସମସ୍ତେ କରୋନା ଆଖିରେ ସମାନ । ତେଣୁ ଆମେ ହିଁ କେବଳ ବିପଦରେ ପଡ଼ିଛେ ବୋଲି ଭାବିବା ଉଚିତ ନୁହେଁ । କାରଣ ଆମେ ଏବେ ସମସ୍ତେ ଗୋଟିଏ ନାଆର ଯାତ୍ରୀ ।
୮-ଗୋଟିଏ ଘର ଭିତରେ ଆବଦ୍ଧ ହୋଇ ରହିଲେ ମଧ୍ୟ ପରସ୍ପର ପ୍ରତି ସହନଶୀଳ ହେବା । ପରସ୍ପରକୁ ସମର୍ଥନ ଦେବା ।
୯-ମିଛ ଆଶ୍ୱାସନା ପାଇବା ପାଇଁ ନିଶାଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ । ଏହା ଘର ପରିବାରକୁ କ୍ଷତି ପହଞ୍ଚାଇବ ।
୧୦-ସଂକ୍ରମିତ ବ୍ୟକ୍ତି ଓ ସିନ୍ଦିଗ୍ଧଙ୍କ ପରିବାରବର୍ଗଙ୍କ ପ୍ରତି ଅସମ୍ମାନ କରନ୍ତୁ ନାହିଁ ।
୧୧-ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅସମ୍ମାନ କରନ୍ତୁ ନାହିଁ । ସେମାନଙ୍କୁ ହଇରାଣ କରିବା ନାହିଁ । କାରଣ ରୋଗ ହେଲେ ଏଇମାନେ ହିଁ ଆମର ଚିକିତ୍ସା କରିବେ ।
୧୨-ସମୟ କାଟିବା ପାଇଁ ବହି ପଢନ୍ତୁ, ବ୍ୟାୟାମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ କରନ୍ତୁ । ଶାରୀରିକ ପରିଶ୍ରମ କରିବା ସହ ବିଶ୍ରମ ମଧ୍ୟ ନିଅନ୍ତୁ । ଗୋଟିଏ ରୁଟିନ୍‌ କରି ଦିନ ଅତିବାହିତ କରନ୍ତୁ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

13 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

15 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

22 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

31 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

31 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

48 mins ago