ଲାଇଫ୍ ଷ୍ଟାଇଲ୍

ବିନା ଅଣ୍ଡାରେ ପ୍ରସ୍ତୁତ କରନ୍ତୁ ଓମଲେଟ, ସ୍ଵାଦରେ ଲାଜବାଵ

ଯେଉଁମାନେ ଶାକାହାରି ଏବଂ ଯେଉଁ ମାନଙ୍କୁ ଅଣ୍ଡା ଖାଇବା ପସନ୍ଦ ନୁହେଁ। ସେମାନଙ୍କ ପାଇଁ ବଢିଆ ସ୍ୱାଦିଷ୍ଟ ଓମଲେଟ ନେଇ ଆସିଛୁ। ଯାହା ଆପଣଙ୍କୁ ବଢିଆ ସ୍ୱାଦ ଦେବ।

ଆବଶ୍ୟକ ସାମଗ୍ରୀ

ସୁଜି – ୧ କପ
ଗାଢ଼ା ଦହି – ୩/୪ କପ
ପାଣି – ଆବଶ୍ୟକ ଅନୁସାରେ
ପନୀର – ୧ କପ କଦ୍ଦୁକସ ହୋଇଥିବା
ଗାଜର – ଗୋଟିଏ
ଟମାଟୋ – ୧
ପିଆଜ – ଗୋଟିଏ
ଲଙ୍କା – ୨
ଅଦା ପେଷ୍ଟ – ୧/୨ ଛୋଟ ଟେବୁଲ ଚାମଚ
ଲୁଣ – ସ୍ୱାଦଅନୁଯାଇ
ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ସୁଜି, ଦହି ଏବଂ ଅଳ୍ପ ଲୁଣ ପକାଇ ମିକ୍ସ କରିଦିଅନ୍ତୁ। ଏବେ ଏହି ମିଶ୍ରଣରେ ଅଳ୍ପ ପାଣି ପକାଇ ମିକ୍ସ କରନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଏହି ମିଶ୍ରଣ ଅଧିକ ପତଳା ନ ହୋଇଯାଏ। ଏହାପରେ ଏହି ଘୋଳକୁ ୨୦ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖି ଦିଅନ୍ତୁ।

-ଅନ୍ୟ ଏକ ପାତ୍ରରେ ପନୀର, ଗାଜର, ପିଆଜ, ଧନିଆ ପତ୍ର, ଲଙ୍କା ଏବଂ ଅଳ୍ପ ଲୁଣ ପକାଇ ଭଲଭାବେ ମିକ୍ସ କରନ୍ତୁ।

-ଏବେ ଏକ ପ୍ୟାନ ଗରମ କରନ୍ତୁ। ଯେତେବେଳେ ପ୍ୟାନ ଗରମ ହୋଇଯିବ ସେଥିରେ ରିଫାଇନ କିମ୍ବା ସୋରିଷ ତେଲ ପକାନ୍ତୁ। ଏହାପରେ ପ୍ରସ୍ତୁତ କରି ରଖିଥିବା ଘୋଳରୁ ଏକ ଚାମଚ ନେଇ ଅଣ୍ଡା ଓମଲେଟ କଲାଭଳି ଚାରି ଆଡକୁ ମେଲାଇ ଦିଅନ୍ତୁ।

-ଏହାପରେ ଏଥିରେ ଷ୍ଟଫିଙ୍ଗ କରିବା ପାଇଁ ରଖିଥିବା ପନୀର ଗାଜରର ମିଶ୍ରଣକୁ ପକାଇ ଚାମଚରେ ଧୀରେ ଧୀରେ ଦବାନ୍ତୁ। ଏହାପରେ ଓମଲେଟର ଚାରିପଟେ ତେଲ ଲଗାଇ ଫ୍ରାଏ କରନ୍ତୁ।

-ଏହା ଭଲ ଭାବରେ ହୋଇଗଲା ପରେ ଏହାକୁ ଏକ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ଗରମା ଗରମ ଓମଲେଟ ପ୍ରସ୍ତୁତ ହୋଇଯାଇଛି।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

16 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

48 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

50 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

57 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago