ଆମେରିକା : ବାଇଡେନ୍ ନେଲେ ବୁଷ୍ଟର ଡୋଜ୍। ଫାଇଜରର ତୃତୀୟ ଡୋଜ୍ ନେଲେ ଆମେରିକା ରାଷ୍ଟ୍ରପତି। ଦାୟିତ୍ୱ ନେବା ପୂର୍ବରୁ ଜୋ ବାଇଡେନ୍ ଜାନୁଆରୀ ମାସରେ ପ୍ରଥମ ଦୁଇଟି ଡୋଜ୍ ନେଇ ସାରିଥିଲେ। ଏବେ ନେଲେ ତୃତୀୟ ଡୋଜ୍।
ପୂର୍ବରୁ ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ, CDC ବୁଷ୍ଟର ଡୋଜ୍ ପାଇଁ ଅନୁମତି ପ୍ରଦାନ କରିଥିଲା। ୬୫ ବର୍ଷରୁ ଅଧିକ, ଯେଉଁମାନେ ଗୁରୁତର ରୋଗରେ ପୀଡ଼ିତ ଏବଂ ୧୮ରୁ ୬୪ ବର୍ଷ ବୟସ ବର୍ଗ ଯେଉଁମାନେ ରିସ୍କ ଜୋନ୍ରେ କାମ କରନ୍ତି ସେମାନଙ୍କ ଲାଗି ଫାଇଜରର ବୁଷ୍ଟର ଡୋଜ୍ ପାଇଁ ଅନୁମତି ଦେଇଥିଲା ସିଡିସି।
ଛଅ ମାସ ତଳେ ଯେଉଁମାନେ ଫାଇଜର ୨ଟି ଟିକା ନେଇଥିଲେ ସେମାନେ ଏବେ ତୃତୀୟ ଡୋଜ୍ ନେଇ ପାରିବେ। ପ୍ରାୟ ୨ କୋଟି ଆମେରିକୀୟ ଛଅ ମାସତଳୁ ଦୁଇଟି ଡୋଜ୍ ନେଇ ସାରିଛନ୍ତି। ସମସ୍ତେ ଏବେ ତୃତୀୟ ଡୋଜ୍ ପାଇଁ ଯୋଗ୍ୟ। ଆମେରିକା ଏବେ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦେଉଛି। ଦେଶର ୮୦ ହଜାର ସ୍ଥାନରେ ବୁଷ୍ଟର ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…