Below header

ବାଇଡେନ୍‌ ନେଲେ ବୁଷ୍ଟର ଡୋଜ୍‌, ଦାୟିତ୍ୱ ନେବା ପୂର୍ବରୁ ନେଇଥିଲେ ୨ଟି ଡୋଜ୍‌

ଆମେରିକା : ବାଇଡେନ୍‌ ନେଲେ ବୁଷ୍ଟର ଡୋଜ୍‌। ଫାଇଜରର ତୃତୀୟ ଡୋଜ୍‌ ନେଲେ ଆମେରିକା ରାଷ୍ଟ୍ରପତି। ଦାୟିତ୍ୱ ନେବା ପୂର୍ବରୁ ଜୋ ବାଇଡେନ୍‌ ଜାନୁଆରୀ ମାସରେ ପ୍ରଥମ ଦୁଇଟି ଡୋଜ୍‌ ନେଇ ସାରିଥିଲେ। ଏବେ ନେଲେ ତୃତୀୟ ଡୋଜ୍‌।

ପୂର୍ବରୁ ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ, CDC ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ପ୍ରଦାନ କରିଥିଲା। ୬୫ ବର୍ଷରୁ ଅଧିକ, ଯେଉଁମାନେ ଗୁରୁତର ରୋଗରେ ପୀଡ଼ିତ ଏବଂ ୧୮ରୁ ୬୪ ବର୍ଷ ବୟସ ବର୍ଗ ଯେଉଁମାନେ ରିସ୍କ ଜୋନ୍‌ରେ କାମ କରନ୍ତି ସେମାନଙ୍କ ଲାଗି ଫାଇଜରର ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଦେଇଥିଲା ସିଡିସି।

ଛଅ ମାସ ତଳେ ଯେଉଁମାନେ ଫାଇଜର ୨ଟି ଟିକା ନେଇଥିଲେ ସେମାନେ ଏବେ ତୃତୀୟ ଡୋଜ୍‌ ନେଇ ପାରିବେ। ପ୍ରାୟ ୨ କୋଟି ଆମେରିକୀୟ ଛଅ ମାସତଳୁ ଦୁଇଟି ଡୋଜ୍‌ ନେଇ ସାରିଛନ୍ତି। ସମସ୍ତେ ଏବେ ତୃତୀୟ ଡୋଜ୍‌ ପାଇଁ ଯୋଗ୍ୟ। ଆମେରିକା ଏବେ ବୁଷ୍ଟର ଡୋଜ୍‌ ଉପରେ ଗୁରୁତ୍ୱ ଦେଉଛି। ଦେଶର ୮୦ ହଜାର ସ୍ଥାନରେ ବୁଷ୍ଟର ଡୋଜ୍‌ ପାଇଁ ବ୍ୟବସ୍ଥା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.