ସରପଞ୍ଚଙ୍କୁ ତାଙ୍କ ପଦରୁ ବହିଷ୍କାର କରିପାରିବେ ଜିଲ୍ଲାପାଳ: ହାଇକୋର୍ଟ

କଟକ(କେନ୍ଯୁଜ୍): ସରପଞ୍ଚଙ୍କୁ ତାଙ୍କ ପଦରୁ ବହିଷ୍କାର କରିପାରିବେ ଜିଲ୍ଲାପାଳ । ଏଥିପାଇଁ ଜିଲ୍ଲାପାଳଙ୍କ ଆଇନଗତ କ୍ଷମତା ଅଛି । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ନୂଆପଡା ବ୍ଲକ ସଲିହା ପଞ୍ଚାୟତ ସରପଞ୍ଚ ମନିତା ସାହୁଙ୍କ ର୍ନିବାଚନକୁ ନୂଆପଡା ଜିଲ୍ଳାପାଳ ଅସିଦ୍ଧ ଘୋଷଣା କରିବା ସହ ତାଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ । ମନିତା ସରପଞ୍ଚ ପଦ ପାଇଁ ଯେତେବେଳେ ପାର୍ଥିପତ୍ର ଦାଖଲ କରିଥିଲେ ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇନଥିଲା ବୋଲି ନୂଆପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ମନିତାଙ୍କୁ ସରପଞ୍ଚ ପଦରୁ ବହିଷ୍କାର କରିଥିଲେ ।

ତେବେ ଜିଲ୍ଲାପାଳଙ୍କ ଏହି ଆଦେଶକୁ ଚାଲେଞ୍ଜ କରି ମନିତା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜିଲ୍ଲାପାଳଙ୍କ ଏହି ଆଦେଶକୁ ରଦ୍ଦ କରିଥିଲେ । ଏହି ଆଦେଶ ବିରୋଧରେ ହାଇକୋର୍ଟରେ ଏକ ରିଟ ଅପିଲ କରାଯାଇଥିଲା । ଏବେ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ.କେ ମିଶ୍ର ଏବଂ ବିଚାରପତି ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ଖଣ୍ଡପୀଠ ଆଦେଶକୁ ରଦ୍ଦ କରିବା ସହ ଜିଲ୍ଲାପାଳଙ୍କ ଆଦେଶକୁ କାଏମ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.