Below header

ମହାମାରୀ କରୋନାର ନୂଆ ରୂପ R.1 ଭାରିଆଣ୍ଟ, ଡବଲ ଡୋଜ୍ ଟିକାକୁ ବି ଦେଉଛି ମାତ୍ !

ନୂଆଦିଲ୍ଲୀ: ରୂପ ବଦଳାଉଛି କରୋନା । ମହାମାରୀ କରୋନାର ନୂଆ ରୂପ R.1 ଭାରିଆଣ୍ଟ । ଏହି ଷ୍ଟ୍ରେନ୍‌ ଡେଲ୍‌ଟା ଠାରୁ ଅଧିକ ଘାତକ । ଟିକାକୁ ବି ଚକ୍‌ମା ଦେଇପାରେ । ଗତବର୍ଷ ଜାପାନରେ ପ୍ରଥମେ ଦେଖାଦେଇଥିଲା ଏହି ଭାରିଆଣ୍ଟ । ଏବେ ଆମେରିକା ସମେତ କିଛି ଦେଶରେ R.1 ଭାରିଆଣ୍ଟ ଚିହ୍ନଟ ହୋଇଛି । ୩୫ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି ଏହି ଘାତକ ଷ୍ଟ୍ରେନ୍‌ । ୧୦ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି ।

ଟିକାର ଉଭୟ ଡୋଜ ନେଲା ପରେ ବି R.1 ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଥିବା କିଛି କେସ୍‌ ଆସିଛି । R.1କୁ ଏପର୍ଯ୍ୟନ୍ତ ଚିନ୍ତାଜନକ ଭାରିଆଣ୍ଟ ପର୍ଯ୍ୟାୟରେ ରଖିନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରିଆଣ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ ପର୍ଯ୍ୟାୟରେ ରହିଛି ଲାମ୍ବଡା। ଏହି ଭାରିଆଣ୍ଟ ଉପରେ ଅଧିକ ଅନୁଧ୍ୟାନ ଚାଲିଛି । ତେବେ R.1 ଭାରିଆଣ୍ଟକୁ ନେଇ ଆଶ୍ୱସ୍ତ ରହିଛି ଭାରତ । ଦେଶରେ ଏପର୍ଯ୍ୟନ୍ତ ଠାବ ହୋଇନି R.1 କେସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.