ଆପଣଙ୍କ ସ୍ମାର୍ଟଫୋନରେ ଭାଇରସ୍ ଅଛି ନା ନାହିଁ, ଜାଣନ୍ତୁ ଏହି ଉପାୟରେ

ସମୟ ସହିତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ର ଚାହିଦା ବଢ଼ିବାରେ ଲାଗିଛି । ଏବେ ଖୁବ୍ କମ୍ ଲୋକ ହିଁ ଥିବେ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବ । କିନ୍ତୁ ଆଗାମୀ ସମୟରେ ଏହି ସମସ୍ୟା ବି ଦୂର ହୋଇଯିବ । ପ୍ରତିଟି ଲୋକଙ୍କ ହାତରେ ସ୍ମାର୍ଟଫୋନ୍ ରହିଥିବ । କହିବାକୁ ଗଲେ ସ୍ମାର୍ଟଫୋନ୍ ରହିବା କୌଣସି ବଡ଼ କଥା ନୁହେଁ । କିନ୍ତୁ ସମସ୍ୟା ହେଉଛି ଯଦି ଫୋନ୍ ରେ ଭାଇରସ୍ ଆସିଯିବ ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯେମିତିକି ଫୋନ୍ ଗରମ ହୋଇଯିବା । ଆପଣ ମାନେ ଲକ୍ଷ୍ୟ କରିଥିବେ ଯେ, ଫୋନ୍ କୁ ଅଳ୍ପ କିଛି ସମୟ ବ୍ୟବହାର କଲେ କିମ୍ବା ଇଣ୍ଟରନେଟ୍ ଅନ୍ ରଖିଲେ ଫୋନ୍ ଗରମ ହୋଇଯାଏ । ଏହା ବ୍ୟତୀତ କେବେ ଫୋନ୍ ସ୍ଲୋ ବି ହୋଇଯାଏ । ଏହିସବୁର କାରଣ ହେଉଛି ଭାଇରସ୍ । ତେବେ ଚାଲନ୍ତୁ ଜାଣିବା ଫୋନ୍ ରେ ଭାଇରସ୍ ଅଛି କି ନାହିଁ କିପରି ଜାଣିବେ ।

ଆପଣ ମାନେ ଦେଖିଥିବେ ଯେ, କେବେ ସ୍ମାର୍ଟଫୋନ୍ ରେ ଡାଟା ଆପେ ଆପେ ଡିଲିଟ୍ ହୋଇଯାଏ ଓ ଫାଇଲ୍ ବି କରପ୍ଟ ହୋଇଯାଏ । ଏମିତି ବି ହୁଏ ଯେ, ଫାଇଲ୍ ଖୋଲିଲେ ସେଥିରେ ଡାଟା ବି ଉଡ଼ିଯାଏ । ଅସଲରେ ଏହିସବୁ ଫୋନ୍ ରେ ଭାଇରସ୍ କାରଣରୁ ହିଁ ହୋଇଥାଏ । ସ୍ମାର୍ଟଫୋନ୍ ରେ ଭାଇରସ୍ ଆସିବାର ପ୍ରମୁଖ କାରଣ ହେଉଛି ବ୍ୟାଟେରୀର ପାୱାର କମିଯିବା ଓ ଅଧିକ ସମୟ ଚାର୍ଜ ନ ରଖିବା । ଭାଇରସ୍ କାରଣରୁ ବ୍ୟାଟେରୀ ଖୁବ୍ ଶୀଘ୍ର ସରିଯାଏ । ଆଉ ଯଦି ଆପଣଙ୍କ ଫୋନ୍ ୨ ରୁ୩ ବର୍ଷ ପୁରୁଣା ହୋଇଯାଏ ତେବେ ବ୍ୟାଟେରୀରେ ସମସ୍ୟା ଦେଖାଦେଇଥାଏ । ଏପରି ପରିସ୍ଥିତି ରେ ଆପଣ ବ୍ୟାଟେରୀ ବଦଳାଇ ପାରିବେ ।

ବାସ୍ତବରେ ଫୋନ୍ ରେ ଭାଇରସ୍ ଆସିବାର ପ୍ରମୁଖ କାରଣ ହେଲା ଇଣ୍ଟରନେଟ୍ । କାରଣ ଏହା ଜରିଆରେ ଭାଇରସ୍ ଫୋନ୍ କୁ ଆସିଥାଏ । ବେଳେ ଆମେ ଆମ ଅଜାଣତରେ ଅନେକ କରପ୍ଟ ଫାଇଲ୍ ବି ଡାଉନଲୋଡ୍ କରିଦେଇଥାଉ । ଆଉ ଯଦି ଆପଣଙ୍କ ଫୋନ୍ କୁ ଭାଇରସ୍ ଆସେ ତେବେ ଆପଣଙ୍କ ଡାଟା ଖୁବ୍ ଶୀଘ୍ର ସରିବାକୁ ଲାଗେ । ଏହାସହିତ ଭାଇରସ୍ ଫୋନ୍ ରେ ଥିବା ସମୟରେ ଅଧିକ ପପ୍ ଅପ୍ ଆଡ୍ ବି ଆସିବାକୁ ଲାଗେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.