କରୋନା ଭାଇରସ

ରେଖାଙ୍କ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ, ବିଏମସି ସିଲ କଲା ପୁରା ବଙ୍ଗଳା

କରୋନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ସେଲିବ୍ରିଟିମାନଙ୍କ ଘର ମଧ୍ୟ ଏହି ଭାଇରସ କବଳରୁ ରକ୍ଷା ପାଇପାରି ନାହିଁ। କରଣ ଜୋହର, ବୋନି କପୁର ଏବଂ ଆମୀର ଖାନଙ୍କ ଷ୍ଟାଫ କରୋନା ପଜିଟିଭ୍ ବାହାରିବା ପରେ ବର୍ତ୍ତମାନ ଅଭିନେତ୍ରୀ ରେଖାଙ୍କ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ପଜିଟିଭ୍ କରିଛନ୍ତି ।

ସୂଚନା ଅନୁଯାୟୀ, ରେଖାଙ୍କ ଘର ବାହାରେ ଉପସ୍ଥିତ ଥିବା ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଏହା ପରେ ବିଏମସି ରେଖାଙ୍କ ବଙ୍ଗଳାକୁ ସିଲ୍ କରିଛି। ଏହା ବ୍ୟତୀତ ଅଭିନେତ୍ରୀଙ୍କ ଘର ବାହାରେ ନୋଟିସ ମଧ୍ୟ ଲଗାଯାଇଛି । ତେବେ ଏପର୍ଯ୍ୟନ୍ତ ରେଖାଙ୍କର କୌଣସି ପ୍ରତିକ୍ରିୟା ଆସିପାରି ନାହିଁ ।

କୁହାଯାଉଛି ଯେ ରେଖାଙ୍କ ମୁମ୍ବାଇ ବଙ୍ଗଳା ବାହାରେ ସବୁବେଳେ ଦୁଇଜଣ ସୁରକ୍ଷାକର୍ମୀ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବିଏମସି ରେଖାଙ୍କ ବଙ୍ଗଳା ବ୍ୟତୀତ ଆଖପାଖ ଅଞ୍ଚଳକୁ ମଧ୍ୟ ସାନିଟାଇଜ କରିଛି ।

ଏଠାରେ କହିରଖିବୁ ଯେ ଗତ ମାସରେ ଆମୀର ଖାନଙ୍କ 7 ଟି ଘରର କର୍ମଚାରୀ କରୋନା ପଜିଟିଭ୍ ଜଣାପଡିଥିଲେ । ଏଥିରେ ଅମିର ଖାନଙ୍କ ଦୁଇ ଜଣ ଅଙ୍ଗରକ୍ଷୀ ଏବଂ ଜଣେ ରୋଷେଇଆ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ଏହା ପରେ ଆମୀର ଖାନଙ୍କ ପୁରା ପରିବାର କରୋନା ଟେଷ୍ଟ କରିଥିଲେ । ସେହିପରି ବୋନି କପୁର ଏବଂ କରଣ ଜୋହରଙ୍କ କର୍ମଚାରୀମାନେ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି ।

KNews Bureau

Recent Posts

ଘରର ଚାଳ ଉପରେ ଦୁମ୍‌ କି ପଡିଲା ହାଇଓ୍ଵା ଟ୍ରକ୍‌, ଭିତରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ

ସାଲେପୁର (କେନ୍ୟୁଜ): ଖାଇ ପିଇ ରାତିରେ ଶୋଇଲେ ସ୍ୱାମୀ ସ୍ତ୍ରୀ । ଘରର କବାଟ କଣ୍ଟା ଦେଇ ଶୋଇବାକୁ ଗଲେ…

1 min ago

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…

12 mins ago

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

32 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

37 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

1 hour ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

1 hour ago