କରୋନା ଭାଇରସ

ଦେଖନ୍ତୁ କିପରି ଆଇସୋଲେସନ୍ ୱାର୍ଡରେ ବଦଳିଗଲା ଟ୍ରେନର ବଗି, ଏହିପରି ୩ ଲକ୍ଷ ବେଡର ପ୍ରସ୍ତୁତିରେ ଭାରତୀୟ ରେଲୱେ

ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଟ୍ରେନର ବଗି ଗୁଡିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିଦେଇଛି । ରେଲୱେ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଉତ୍ତର ରେଲୱେ ଦ୍ଵାରା ଜଗାଧାରୀ ୱାର୍କସପରେ ୨୮ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିଦିଆଯାଇଛି । ଏହାସହିତ ରେଲୱେ କହିଛି ଯେ ଏହିପରି ୩ ଲକ୍ଷ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରାଯାଇପାରିବ ।

ସୂଚନା ଅନୁଯାୟୀ ୨୮ଟି ନନ୍ ଏସି କୋଚକୁ ଆଇସୋଲେସନ୍ ୱାର୍ଡରେ ବଦଳାଇ ଦିଆଯାଇଛି । ମାତ୍ର ୧୦ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯିବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏଥିରେ ପ୍ରତି କୋଚର ଶେଷ ପାର୍ଟିସନରେ ଥିବା ଦ୍ଵାରକୁ ହଟାଇ ଦିଆଯାଇଛି । ଏହାସହିତ ପ୍ରତି କୋଚର ଶେଷରେ ଇଣ୍ଡିଆନ୍ ଷ୍ଟାଇଲ୍ ଟଇଲେଟକୁ ବାଥରୁମରେ ପରିଣତ କରିଦିଆଯାଇଛି । ଯେଉଁଠି ବାଲଟି, ମଗ, ସାବୁନ୍, ଡିସ୍ ଇତ୍ୟାଦି ରଖାଯାଇଛି । ଏହାସହିତ ମିଡିଲ ବର୍ଥସ୍ ଗୁଡିକୁ ହଟାଇ ଦିଆଯାଇଛି ।

ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏସି କୋଚରେ ତୃତୀୟ ବା ଉପର ବର୍ଥକୁ ଚଢିବା ପାଇଁ ଥିବା ସିଡି ଗୁଡିକୁ ହଟାଇ ଦିଆଯାଇଛି । ଏହାସହିତ ପ୍ରତ୍ୟେକ କ୍ୟାବିନରେ ଦୁଇଟି ଲେଖାଏଁ ବଟଲ ହୋଲଡ଼ର ମଧ୍ଯ ଲଗାଇ ଦିଆଯାଇଛି । ଯେଉଁଥିରେ ମେଡିକାଲ ଇକ୍ୟୁପମେଣ୍ଟ ଗୁଡିକ ରଖାଯାଇପାରିବ । ଏବେ ବଗି ଗୁଡିକରେ ଚାର୍ଜିଙ୍ଗ ସ୍ଲଟ ଗୁଡିକୁ ଠିକ୍ କରାଯିବା ସହିତ ପ୍ଲାଷ୍ଟିକ ପରଦା ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି ।

KNews Bureau

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

3 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

11 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

28 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

43 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

55 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

56 mins ago