କରୋନା ଭାଇରସ

କ୍ୱାରେଣ୍ଟାଇନ୍‌ ଭଙ୍ଗକାରୀଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ, ଅମାନିଆ ହେଲେ ପୋଲିସ୍‌ ଗିରଫ କରିବ ଓ ଦୂରକୁ ବିଦା ହେବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କ୍ୱାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କଲେ ଏବେ କଡ଼ା ଦଣ୍ଡ ଭୋଗିବାକୁ ପଡ଼ିବ । ପୋଲିସ୍‌ ଦ୍ୱାରା ଗିରଫ ହେବେ ଓ ତାଙ୍କୁ ଦୂର ଜାଗାକୁ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯିବ । ଏଭଳି ଚେତାବନୀ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପ୍ରବାସୀ ଓଡ଼ିଆମାନଙ୍କୁ ଅଣାଯାଉଛି । ବାହାରୁ ଅସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ କିଭଳି ବ୍ୟବସ୍ଥିତ ଭାବେ ରଖା ଯିବ ସେଥିପାଇଁ ସାରା ରାଜ୍ୟରେ ଅନେକ କ୍ୱାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି । ବସ୍‌ ଓ ଟ୍ରେନ୍‌ରେ ବିଭିନ୍ନ ରାଜ୍ୟରୁ ଯାତ୍ରୀ ଆସିଛନ୍ତି । ପୋଲିସ୍‌ ପ୍ରଶାସନ ସେମାନଙ୍କ ସୁବିଧା କାମରେ ପାଇଁ ଲାଗିଛନ୍ତି । ତେବେ କିଛି ଅମାନିଆଙ୍କ ପାଇଁ ଏସବୁ ବ୍ୟବସ୍ଥା ଯେମିତି ବ୍ୟର୍ଥ ହୋଇ ନଯାଉ ବୋଲି ସେ କହିଛନ୍ତି । ସେଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛୁ । ତେବେ ବିଶୃଙ୍ଖଳା କରି ସେମାନେ ନିଜର ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ଏଭଳି ଅମାନିଆଙ୍କୁ ଗିରଫ କରାଯିବ ଏବଂ ସେମାନଙ୍କୁ ନେଇ ନିଜ ଗାଁଠାରୁ ଅଧିକ ଦୂରରେ ଥିବା ଅନ୍ୟ ଗାଁରେ କ୍ୱାରେଣ୍ଟାଇନ୍‌ କରାଯିବ । ସରପଞ୍ଚମାନେ କ୍ୱାରେଣ୍ଟାଇନକୁ ଭଲ ଭାବେ ତଦାରଖ କରନ୍ତୁ । କେହି ନିୟମ ଭାଙ୍ଗିଲେ ତୁରନ୍ତ ପୋଲିସ୍‌ ଓ ପ୍ରଶାସନକୁ ଜଣାନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

 

 

 

 

 

 

 

ଆହୁରି ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ନିଶ୍ଚିତ ଭାବେ ରେଜିଷ୍ଟ୍ରେସନ୍‌ କରିବା ସହ ଭିଡ଼ ବସ୍‌ରେ ନ ଆସିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।ସେ ଆହୁରି କହିଛନ୍ତି ଯେ ଅଳ୍ପ କିଛି ଲୋକଙ୍କ ବିଶୃଙ୍ଖଳା ପାଇଁ ରାଜ୍ୟର ସୁନାମରେ ଆଞ୍ଚ ଆସୁଛି । ଏକଥା ହେବାକୁ ଦିଆଯିବ ନାହିଁ । କରୋନା ପାଇଁ କ୍ୱାରେଣ୍ଟାଇନ୍‌ ଏକ ଖେଳ କଥା ନୁହେଁ । ଏହା ଆଇନ୍‌ କାନୁନ୍‌ ଏବଂ ମଣିଷ ଜୀବନର କଥା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ରାଜ୍ୟର ଅନେକ ସ୍ଥାନରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା ଦେଖା ଦେଇଥିବାର ସୂଚନା ଆସିଛି । ଲୋକେ ଅମାନିଆ ହୋଇ କ୍ୱାରେଣ୍ଟାଇନ୍‌ରୁ ବାହାରି ଯାଉଛନ୍ତି । ଏହା ପରେ ରାଜ୍ୟ ସରକାର ଏଭଳି କଠୋର ହୋଇଛନ୍ତି ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

9 seconds ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

13 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

14 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago