କରୋନା ଭାଇରସ

ଏମିତି ବଦଳାଇ ଦେଲା କରୋନା : ସ୍କୁଲ ପାଲଟିଲା ଡାକ୍ତରଖାନା, ଟ୍ରେନ୍‌ ହେଲା ଆଇସୋଲେସନ୍‌ ଓ୍ଵାର୍ଡ଼

କଥାରେ ଅଛି, କିସ ପୁଣି ଦେଖା ନଯାଏ ବଞ୍ଚିଥିଲେ ମହୀରେ । କରୋନା । ଏମିତି ଏକ ନାଁ ଯାହା ଏବେ ସାରା ବିଶ୍ୱକୁ ଥରାଇ ଦେଇଛି । ଆତଙ୍କ ଖେଳାଇ ଦେଇଛି । ଚିକିତ୍ସା ବିଜ୍ଞାନୀଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ତବ୍‌ଧ ଓ ଚକିତ । କାରଣ ଅଚାନକ ପୃଥିବୀ ଉପରେ ଆକ୍ରମଣ କରିଥିବା ଏହି ଭାଇରସ୍‌କୁ ପ୍ରତିହତ କରିବା ପାଇଁ କାହା ପାଖରେ କୌଣସି ବି ଅସ୍ତ୍ର ନାହିଁ । ଯିଏ ତାକୁ ଡରିଲା, ତା ଆଗରେ ମୁଣ୍ଡ ନୁଆଁଲା ସେ ବଞ୍ଚିଲା । ଆଉ ଯିଏ ଅମାନିଆ ହେଲା ସେ ମଲା । କରୋନାକୁ ନେଇ ସାରା ଦୁନିଆରେ ଏଭଳି ଅବସ୍ଥା ।

ଏଇ ତିନିଟି ଅକ୍ଷର ଏବେ ଅନେକ କିଛି ବଦଳାଇ ଦେଇଛି । ମଣିଷର ଜୀବନଧାରା । ମଣିଷର ସ୍ୱଭାବ । ତା ସାଙ୍ଗକୁ ମଣିଷ ତିଆରି କରିଥିବା ଅନେକ ଜିନିଷର ରୂପରେଖ ମଧ୍ୟ ବଦଳାଇ ଦେଇଛି କୋଭିଡ୍‌-୧୯ । ଯେମିତିକି ମଣିଷ ନିଜ ଗମନା ଗମନ ପାଇଁ ବ୍ୟବହାର କରୁଥିବା ଟ୍ରେନ୍‌ ଏବେ ପାଲଟିଛି ଆଇସୋଲେସନ୍‌ ଓ୍ଵାର୍ଡ଼ । ଏଥିରେ କରୋନା ରୋଗୀ କିମ୍ବା ସନ୍ଦିଗଧମାନଙ୍କୁ ରଖା ଯାଉଛି । ସେହିଭଳି ଅନେକ ସ୍କୁଲକୁ ବନାଇ ଦିଆଯାଇଛି ଅସ୍ଥାୟୀ ଡାକ୍ତରଖାନା । ଆମ ରାଜ୍ୟର ଭୁବନେଶ୍ୱର ସମେତ ଅନେକ ଜିଲ୍ଲାରେ ଏଇ ସ୍କୁଲ ସବୁରେ ନମୂନା ସଂଗ୍ରହ କରାଯାଉଛି । ପୁଣି ଆଉ କିଛି ସ୍କୁଲ ପାଲଟିଛି ରାଜ୍ୟ ବାହାର ଶ୍ରମିକଙ୍କ ପାଇଁ ଆଶ୍ରୟ ସ୍ଥଳୀ ।

ପୂର୍ବରୁ ସ୍କୁଲଗୁଡ଼ିକ ଭୋଟ୍‌ ଗ୍ରହଣ କେନ୍ଦ୍ର, ଜନଗଣନା ଓ ପିଡିଏସ୍‌ ଖାଦ୍ୟ ସାମଗ୍ରୀ ବଣ୍ଟନ ସହିତ ବାତ୍ୟା ଆଶ୍ରୟ ସ୍ଥଳୀ ପାଲଟିଥିବାର ନଜିର ରହିଛି। ହେଲେ ଏବେ ଯେମିତି ଶିକ୍ଷାନୁଷ୍ଠାନର କାୟା ବଦଳି ଯାଇଛି । ଯେଉଁଠି ଦିନେ ପାଠପଢୁଆ ପିଲାଙ୍କ କୋଳାହଳ ଓ ଶିକ୍ଷକଙ୍କ ତାଗିଦରେ ପୂରି ଉଠୁଥିଲା । ଆଜି ସେଠି ସଂଗ୍ରହ ହେଉଛି କରୋନା ରୋଗୀଙ୍କ ସ୍ୱାବ୍‌ ନମୂନା । ପିଲାମାନେ ଘରେ ରହି ପଢୁଛନ୍ତି ।

ଆଉ କେଉଁଠି ଟ୍ରେନ୍‌ ବଗିରେ ହୋଇଛି ରୋଗୀ ରହିବାର ବ୍ୟବସ୍ଥା ଅବା ଆଇସୋଲେସନ୍‌ ଓ୍ଵାର୍ଡ଼ । ସେହିଭଳି ଗୋଟିଏ ଗୋଟିଏ ଜାହାଜ ପାଲିଛି କୋଭିଡ୍‌ ରୋଗୀଙ୍କ ଚିକିତ୍ସା କେନ୍ଦ୍ର । ଏମିତି ଅନେକ କିଛିର ରୂପରେଖ ବଦଳାଇ ଦେଇଛି ‘କରୋନା’ । ଯେମିତି ତା ଇସାରାରେ ଆଜି ନାଚୁଛି ମଣିଷ ।

 

 

KNews Bureau

Recent Posts

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

3 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

5 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

5 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

46 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

57 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

1 hour ago