Below header

ଏମିତି ବଦଳାଇ ଦେଲା କରୋନା : ସ୍କୁଲ ପାଲଟିଲା ଡାକ୍ତରଖାନା, ଟ୍ରେନ୍‌ ହେଲା ଆଇସୋଲେସନ୍‌ ଓ୍ଵାର୍ଡ଼

କଥାରେ ଅଛି, କିସ ପୁଣି ଦେଖା ନଯାଏ ବଞ୍ଚିଥିଲେ ମହୀରେ । କରୋନା । ଏମିତି ଏକ ନାଁ ଯାହା ଏବେ ସାରା ବିଶ୍ୱକୁ ଥରାଇ ଦେଇଛି । ଆତଙ୍କ ଖେଳାଇ ଦେଇଛି । ଚିକିତ୍ସା ବିଜ୍ଞାନୀଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ତବ୍‌ଧ ଓ ଚକିତ । କାରଣ ଅଚାନକ ପୃଥିବୀ ଉପରେ ଆକ୍ରମଣ କରିଥିବା ଏହି ଭାଇରସ୍‌କୁ ପ୍ରତିହତ କରିବା ପାଇଁ କାହା ପାଖରେ କୌଣସି ବି ଅସ୍ତ୍ର ନାହିଁ । ଯିଏ ତାକୁ ଡରିଲା, ତା ଆଗରେ ମୁଣ୍ଡ ନୁଆଁଲା ସେ ବଞ୍ଚିଲା । ଆଉ ଯିଏ ଅମାନିଆ ହେଲା ସେ ମଲା । କରୋନାକୁ ନେଇ ସାରା ଦୁନିଆରେ ଏଭଳି ଅବସ୍ଥା ।

TRAIN-1ଏଇ ତିନିଟି ଅକ୍ଷର ଏବେ ଅନେକ କିଛି ବଦଳାଇ ଦେଇଛି । ମଣିଷର ଜୀବନଧାରା । ମଣିଷର ସ୍ୱଭାବ । ତା ସାଙ୍ଗକୁ ମଣିଷ ତିଆରି କରିଥିବା ଅନେକ ଜିନିଷର ରୂପରେଖ ମଧ୍ୟ ବଦଳାଇ ଦେଇଛି କୋଭିଡ୍‌-୧୯ । ଯେମିତିକି ମଣିଷ ନିଜ ଗମନା ଗମନ ପାଇଁ ବ୍ୟବହାର କରୁଥିବା ଟ୍ରେନ୍‌ ଏବେ ପାଲଟିଛି ଆଇସୋଲେସନ୍‌ ଓ୍ଵାର୍ଡ଼ । ଏଥିରେ କରୋନା ରୋଗୀ କିମ୍ବା ସନ୍ଦିଗଧମାନଙ୍କୁ ରଖା ଯାଉଛି । ସେହିଭଳି ଅନେକ ସ୍କୁଲକୁ ବନାଇ ଦିଆଯାଇଛି ଅସ୍ଥାୟୀ ଡାକ୍ତରଖାନା । ଆମ ରାଜ୍ୟର ଭୁବନେଶ୍ୱର ସମେତ ଅନେକ ଜିଲ୍ଲାରେ ଏଇ ସ୍କୁଲ ସବୁରେ ନମୂନା ସଂଗ୍ରହ କରାଯାଉଛି । ପୁଣି ଆଉ କିଛି ସ୍କୁଲ ପାଲଟିଛି ରାଜ୍ୟ ବାହାର ଶ୍ରମିକଙ୍କ ପାଇଁ ଆଶ୍ରୟ ସ୍ଥଳୀ ।

SCHOOL-4ପୂର୍ବରୁ ସ୍କୁଲଗୁଡ଼ିକ ଭୋଟ୍‌ ଗ୍ରହଣ କେନ୍ଦ୍ର, ଜନଗଣନା ଓ ପିଡିଏସ୍‌ ଖାଦ୍ୟ ସାମଗ୍ରୀ ବଣ୍ଟନ ସହିତ ବାତ୍ୟା ଆଶ୍ରୟ ସ୍ଥଳୀ ପାଲଟିଥିବାର ନଜିର ରହିଛି। ହେଲେ ଏବେ ଯେମିତି ଶିକ୍ଷାନୁଷ୍ଠାନର କାୟା ବଦଳି ଯାଇଛି । ଯେଉଁଠି ଦିନେ ପାଠପଢୁଆ ପିଲାଙ୍କ କୋଳାହଳ ଓ ଶିକ୍ଷକଙ୍କ ତାଗିଦରେ ପୂରି ଉଠୁଥିଲା । ଆଜି ସେଠି ସଂଗ୍ରହ ହେଉଛି କରୋନା ରୋଗୀଙ୍କ ସ୍ୱାବ୍‌ ନମୂନା । ପିଲାମାନେ ଘରେ ରହି ପଢୁଛନ୍ତି ।

SCHOOL-5ଆଉ କେଉଁଠି ଟ୍ରେନ୍‌ ବଗିରେ ହୋଇଛି ରୋଗୀ ରହିବାର ବ୍ୟବସ୍ଥା ଅବା ଆଇସୋଲେସନ୍‌ ଓ୍ଵାର୍ଡ଼ । ସେହିଭଳି ଗୋଟିଏ ଗୋଟିଏ ଜାହାଜ ପାଲିଛି କୋଭିଡ୍‌ ରୋଗୀଙ୍କ ଚିକିତ୍ସା କେନ୍ଦ୍ର । ଏମିତି ଅନେକ କିଛିର ରୂପରେଖ ବଦଳାଇ ଦେଇଛି ‘କରୋନା’ । ଯେମିତି ତା ଇସାରାରେ ଆଜି ନାଚୁଛି ମଣିଷ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.