ଭାରତରେ ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୧୬୩୬୫ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି କରୋନା । ୫୦୦ଟପିଲା ମୃତ୍ୟୁ ସଂଖ୍ୟା । ୧୫ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଛି । ୧୫ହଜାର ୭୧୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୨୧ଜଣଙ୍କ ମୃତ୍ୟୁ ହୋଇଛି।

corona death

ଯେବେକି ୧୬,୩୬୫ ଜଣ ଆକ୍ରାନ୍ତ ଅଛନ୍ତି  ବର୍ତ୍ତମାନ ପର୍ଯ୍ୟନ୍ତ ୨୨୩୧ଜଣ ସୁସ୍ଥ ହୋଇ ଫେରିଛନ୍ତି। ରାଜ୍ୟର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୧୨ହଜାର ୯୭୪ଜଣ।

ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହୋଇପଡୁଛି। ୩ହଜାର ୬୫୧ଜଣ ଆକ୍ରାନ୍ତ ଥିବାବେଳେ ୨୧୧ଜଣଙ୍କ ଜୀବନ ନେଲାଣି ଏହି ମାରାତ୍ମକ ଭାଇରସ୍‌। ରାଜସ୍ଥାନ, ତାମିଲନାଡୁ ଓ ଦିଲ୍ଲୀରେ ବି ସ୍ଥିତି ଗମ୍ଭୀର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.