Below header

ଏହିସବୁ ଟେଲିକମ କମ୍ପାନୀ ଦେଲା ଉପହାର, ଏବେ ବିନା ରିଚାର୍ଜରେ ମନଭରି ହୁଅନ୍ତୁ କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିଛନ୍ତି। ଲକଡାଉନର ଅବଧି ବଢିବା ପରେ ଗ୍ରାହକଙ୍କ ସାହାଯ୍ୟ ପାଇଁ ଟେଲିକମ କମ୍ପାନୀ ମଧ୍ୟ ଆଗକୁ ଆସିଛନ୍ତି। ଜିଓ, ଭୋଡାଫୋନ, ଏୟାରଟେଲ, ବିଏସଏନଏଲ ସମସ୍ତ ଟେଲିକମ୍‌ କମ୍ପାନୀ ନିଜର ଗ୍ରାହକଙ୍କୁ ଉପହାର ଦେଇଛି। ଏହି କମ୍ପାନୀ ନିଜର ପ୍ରିପେଡ ପ୍ଲାନର ଅବଧିକୁ ବଢାଇଦେଇଛି। ଲକଡାଉନ ସମୟରେ ଯେଉଁ ଗ୍ରାହକ ନିଜର ଫୋନକୁ ରିଚାର୍ଜ କରିପାରୁନାହାନ୍ତି, ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛି କମ୍ପାନୀ।

22

ଭୋଡାଫୋନ ଆଇଡିଆ ୩ ମଇ ପର୍ଯ୍ୟନ୍ତ ନିଜର ପ୍ରିପେଡ ପ୍ଲାନର ଅବଧିକୁ ବଢାଇସାରିଛି। ସେହିପରି ଏୟାରଟେଲ ଭୋଡାଫୋନ ନିଜର ପ୍ଲାନକୁ ୩ ମଇ ପର୍ଯ୍ୟନ୍ତ ବଢାଇଦେଇଛି। ଏୟାରଟେଲର ଏହି ସୁବିଧାର ଲାଭ କେବଳ କମ ଆୟ କରୁଥିବା ୟୁଜର୍ସଙ୍କୁ ହିଁ ମିଳିବ।

ଭୋଡାଫୋନ ଏବଂ ଏୟାରଟେଲ ଭଳି ଜିଓ ମଧ୍ୟ ନିଜର ୟୁଜର୍ସର ଇନକମିଂ କଲର ସୁବିଧା ମଧ୍ୟ ବଢାଇଦେଇଛି। କିନ୍ତୁ ଏହିସବୁିଧା କେବେ ପର୍ଯ୍ୟନ୍ତ ମିଳିବ ତାହା କମ୍ପାନୀ ସ୍ପଷ୍ଟୋକ୍ତି କରିନାହିଁ। କିନ୍ତୁ ଜିଓର ଏହି ସୁବିଧା ସମସ୍ତଙ୍କ ପାଇଁ ରହିଛି। ଅନ୍ୟସମସ୍ତ ଟେଲିକମ କମ୍ପାନୀ ୩ ମଇ ପର୍ଯ୍ୟନ୍ତ ଭ୍ୟାଲିଡିଟି ଅବଧି ବଢାଇଥିବା ବେଳେ ବିଏସଏନଏଲ ତା’ର ଅବଧିକୁ ୫ ମଇ ପର୍ଯ୍ୟନ୍ତ ବଢାଇଦେଇଛି। ଏହାସହିତ କମ୍ପାନୀ ଏକ ରିଚାର୍ଜ ହେଲ୍ପଲାଇନ ନମ୍ବୀ ଜାରି କରିଛି। ଟୋଲ ଫ୍ରି ନମ୍ବର ୫୬୭୦୦୯୯ ରେ କଲ କରି ୟୁଜର ଘରେ ବସି ବିଏସଏନଲ ପ୍ରିପେଡ ନମ୍ବର ରିଚାର୍ଜ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.