କରୋନା ଭାଇରସ

ଗ୍ରୋସରୀ ଦୋକାନ ଓ ଷ୍ଟୋର୍ସ ଗୁଡିକରେ ଅତି ଦ୍ରୁତ ଗତିରେ ବ୍ୟାପୁଛି କରୋନା ଭାଇରସ୍, ଏହିସବୁ ସ୍ଥାନକୁ ଯିବା ପୂର୍ବରୁ ପଢ଼ିନିଅନ୍ତୁ କିଛି ଜରୁରୀ କଥା

କରୋନା ଭାଇରସକୁ ରୋକିବା ପାଇଁ ସାରା ଦୁନିଆ ଚେଷ୍ଟା ଜାରି ରଖିଛି । ତେବେ ଏପରିସ୍ଥଳେ ସରକାର ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଦେଇଛନ୍ତି । ଯେଉଁ କାରଣରୁ ଏବେ ରାସ୍ତା ଘାଟଠୁ ଆରମ୍ଭ କରି ପାର୍କ, ଖେଳ ପଡିଆ ସବୁଠାରେ ଖାଁ ଖାଁ । ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କ ପାଇଁ ପ୍ରଶାସନ ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ସେଥିପାଇଁ ଅତି ଜରୁରୀ ନଥିଲେ ଲୋକମାନେ ଘରୁ ମଧ୍ଯ ବାହାରି ପାରୁନାହାଁନ୍ତି । ତେବେ ୨୧ ଦିନ ଲକ୍ ଡାଉନ୍ ଘୋଷଣା ପରେ ବର୍ତ୍ତମାନ ରାସନ, ପରିବା ଓ ମେଡିସିନ୍ ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଯାହାକି କରୋନା ଭାଇରସର ବିପଦକୁ ଆଉଟିକେ ବଢେଇ ଦେଇଛି । ଏହି ଷ୍ଟୋର ଏବଂ ଦୋକାନ ଗୁଡିକରେ କରୋନା ବ୍ୟାପିବାର ସବୁଠାରେ ଅଧିକ ବିପଦ ରହିଥାଏ କାରଣ ଲୋକମାନଙ୍କ ଭିଡ ଏହିଠାରେ ହିଁ ସବୁଠାରୁ ଅଧିକ ରହିଥାଏ । ତେବେ ଏପରିସ୍ଥଳେ ଯଦି ଆପଣ ବି ନିଜର ଅତ୍ୟାବଶ୍ୟକ ସମାଗ୍ରୀ କିଣିବା ପାଇଁ ଏହିସବୁ ସ୍ଥାନକୁ ଯାଉଛନ୍ତି ତାହେଲେ ଏହିସବୁ କଥା ନିଶ୍ଚୟ ଧ୍ୟାନରେ ରଖନ୍ତୁ ନଚେତ୍ ଜଣାନାହିଁ କେତେବେଳେ ବି ଏହି ମହାମାରୀ ଆପଣଙ୍କ ସଙ୍ଗେ ଆପଣଙ୍କ ଘରକୁ ମଧ୍ୟ ଆସିପାରେ ।

ପ୍ରଥମତଃ ଏହିଭଳି ସ୍ଥାନକୁ ଯିବା ପୂର୍ବରୁ ମାସ୍କ ପିନ୍ଧିବା ପାଇଁ ଭୁଲନ୍ତୁ ନାହିଁ । କାରଣ ଯଦି କୌଣସି ସଂକ୍ରମିତ ବ୍ୟକ୍ତି ସେହି ସ୍ଥାନରେ ଥାଆନ୍ତି ତାହେଲେ ସେମାନଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ଭାଇରସ୍ ଆପଣଙ୍କ ଦେହକୁ ମଧ୍ଯ ଆସିଯାଇପାରେ । ସେଥିପାଇଁ ଯେତେ ସମ୍ଭବ ଆପଣଙ୍କୁ ସତର୍କ ରହିବାକୁ ପଡିବ ।

ଏହି ସବୁ ସ୍ଥାନକୁ ଯିବାପରେ ଆପଣ ସେଠାରେ ସୋସିଆଲ ଡିଷ୍ଟାନସିଂ ପାଳନ କରନ୍ତୁ ଅର୍ଥାତ୍ ଯେକୌଣସି ଲୋକ ଠାରୁ ଅନ୍ତତଃ ଏକରୁ ଦେଢ ମିଟର ଦୂରତା ଛାଡି ଠିଆ ହୁଅନ୍ତୁ । କାରଣ ଆପଣ ବି ଜାଣିନାହାଁନ୍ତି କେଉଁ ଲୋକ କେଉଁ ରୋଗରେ ପୀଡିତ ତେଣୁ ନିଜର ସୁରକ୍ଷାକୁ ପ୍ରଥମେ ଧ୍ୟାନରେ ରଖନ୍ତୁ ।

ସୂଚନା ଅନୁଯାୟୀ ଆମେରିକା, ୱାଶିଂଟନ ଇତ୍ୟାଦି ସ୍ଥାନରେ ଗ୍ରୋସରୀ ଦୋକାନର ଅଧିକାଂଶ କର୍ମଚାରୀ କରୋନା ପଜେଟିଭ ବୋଲି ଚିହ୍ନଟ କରାଯାଇଛି । ଏଠାରେ ଅଧିକାଂଶ ଅତ୍ୟାବଶ୍ୟକ ଦୋକାନର କର୍ମଚାରୀ ମାନେ ହିଁ ଲୋକମାନଙ୍କ ସଂସ୍ପର୍ଶରେ ଆସି କରୋନା ଭଳି ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି । ତେଣୁ ଏହିସବୁ ସ୍ଥାନକୁ ଯିବା ପୂର୍ବରୁ ପ୍ରଥମେ ନିଜର ସୁରକ୍ଷାକୁ ଧ୍ୟାନରେ ରଖନ୍ତୁ ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

40 seconds ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

44 seconds ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

18 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

19 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

23 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

46 mins ago