ଦେଶ ବିଦେଶ

ଲକଡାଉନବେଳେ ପୋଲିସକୁ ମାରିଲେ ରାସ୍ତାରେ ବୁଲୁଥିବା ଯୁବକ, କେମିତି ବିଧା ଚାପୁଡ଼ା ମାରୁଛନ୍ତି ଦେଖନ୍ତୁ

କାରୋନା ଭାଇରସର ସହ ଲଢେଇ କରିବାକୁ ଏବେ ସାରା ଦେଶକୁ ଲକଡାଉନ କରାଯାଇଛି। ଲୋକମାନେ ଘରେ ରହି କେମିତି ନିଜକୁ ସୁରକ୍ଷିତ ରହିବେ ସେ ନେଇ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ କିଛି ଲୋକ ଏହି ଲକଡାଉନର ନିୟମକୁ ନ ମାନି ବାହାରେ ବୁଲୁଛନ୍ତି। ଆଉ ଏଥିପାଇଁ ଚାରିଆଡେ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି। ଲକଡାଉନବେଳେ ଯେଉଁ ଲୋକଙ୍କୁ ପୋଲିସ ବାହାରେ ଦେଖୁଛି ତାଙ୍କୁ ମାଡ଼ ମାରି ଘରକୁ ଯିବା ପାଇଁ କହୁଛନ୍ତି। ନିକଟରେ ଆପଣ ଅନେକ ଭିଡିଓ ଭାଇରଲ ହେଉଥିବା ଦେଖିଥିବେ ଯେଉଁଥିରେ ପୋଲିସ ବାହାରେ ବୁଲୁଥିବା ଲୋକଙ୍କ ଉପରେ ଲାଠି ମାଡ କରୁଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଖବର ବିଷୟରେ କହୁଛୁ ସେଠି ଏହି ଘଟଣାର ଠିକ ଓଲଟା ହୋଇଛି। ରାସ୍ତାରେ ପୋଲିସ ଲୋକମାନଙ୍କୁ ନୁହେଁ ବରଂ ଲୋକେ ପୋଲିସକୁ ମାରୁଛନ୍ତି।

ଭାରତୀୟ କ୍ରିକେଟର ହରଭଜନ ସିଂ ନିକଟରେ ନିଜର ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଏବେ ଖୁବ ଭାଇରଲ ହେଉଛି। ଏହି ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ ଲକଡାଉନ ସମୟରେ ମଧ୍ୟ କିଛି ଲୋକ ରୁଣ୍ଡ ହୋଇ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଯେତେବେଳେ ପୋଲିସ ଏହି ଲୋକମାନଙ୍କୁ ଅଟକାଇ ଘରକୁ ଯିବାକୁ କହିଲେ ସେତେବେଳେ ଏହି ଲୋକମାନେ ପୋଲିସ ଉପରେ ପାଲଟା ଆକ୍ରମଣ କଲେ।

କେବଳ ଏତିକି ନୁହେଁ କିଛି ଲୋକେ ଦୁଇଜଣ ପୋଲିସକର୍ମୀଙ୍କୁ ଘେରି ଯାଇଥିବା ନଜର ଆସୁଛି। ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ଯୁବକ ପୋଲିସକୁ ମାରି ମାରି ରାସ୍ତାରେ ପକାଇଦେଉଛି। ଏହାପରେ ବି ଲଗାତାର ପୋଲିସକୁ ମାଡ ମରିଚାଲିଥିଲେ। ତେବେ ଏହାରି ଭିତରେ ମଧ୍ୟ ଜଣେ ଯୁବକ ଆକ୍ରମଣ କରୁଥିବା ଜୀବକକୁ ଅଟକାଉଥିଲେ କିନ୍ତୁ ସେ ଯୁବକ ଜଣକ ବିନା ଡରରେ ପୋଲିସକୁ ମାଡ ମାରି ଚାଲିଥିଲେ।

ହରଭଜନ ଏହି ଭିଡ଼ିଓକୁ ସେୟାର କରି ଲେଖିଛନ୍ତି, “ପୋଲିସଙ୍କ ପ୍ରତି ଆମର ଖରାପ ଚିନ୍ତାଧାରାକୁ ବଦଳାଇବାକୁ ପଡିବ। ଆମେ ଏହା ଭୁଲିବା ଉଚିତ ନୁହେଁ ଯେ ସେମାନେ ଆମର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସାରା ଦିନ ରାସ୍ତା ଉପରେ ଜଗି ରହୁଛନ୍ତି। ସେମାନଙ୍କର ମଧ୍ୟ ପରିବାର ରହିଛି,କିନ୍ତୁ ସେମାନେ ଦେଶ ପାଇଁ ନିଜର କର୍ତ୍ତବ୍ୟ କରୁଛନ୍ତି। ଆମର ବି କର୍ତ୍ତବ୍ୟ ଯେ ଏଭଳି ସ୍ଥିତିରେ ଆମ ସମାଜ ଏବଂ ଦେଶର ରକ୍ଷା ପାଇଁ ଘରେ ରହିବା ଉଚିତ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଲୋକେ ଭିଡ଼ିଓକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

21 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

30 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago