କରୋନା ଭାଇରସ

ବିନା ବିଜୁଳିରେ ୬ ଘଣ୍ଟା ଚାଲୁଥିବା ଭେଣ୍ଟିଲେଟର ଏବେ ବଞ୍ଚାଇବ ଜୀବନ, ମୋବାଇଲ ଆପ ଦ୍ୱାରା ହେବ ଅପରେଟ

ଏବେ ବିଜୁଳି କଟିଗଲେ ବି ଭେଣ୍ଟିଲେଟର ସାହାରାରେ ଥିବା ଜୀବିତ ରୋଗୀ ଆଉ ମୃତ୍ୟୁବରଣ କରିବେ ନାହିଁ । ନିକଟରେ ଆଇଆଇଟି ହାଇଦ୍ରାବାଦର ବୈଜ୍ଞାନିକମାନେ ଇଣ୍ଟରନେଟ ଅଫ ଥିଙ୍କିଙ୍ଗ ଉପରେ ଆଧାରିତ ଏକ ଏପରି ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି ଯାହାକି ମୋବାଇଲ ଆପ ଦ୍ଵାରା ଚାଲିବ । ଏହା ଏକ ଛୋଟ ବ୍ୟାଟେରୀ ଦ୍ଵାରା ମଧ୍ଯ ୫ ରୁ ୬ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବ, ତେବେ ଏହି ଭେଣ୍ଟିଲେଟରର ଦାମ୍ ହେଉଛି ୧ ଲକ୍ଷ ଟଙ୍କା ।

ଆଇଆଇଟି ହାଇଦ୍ରାବାଦର Center for Healthcare Entrepreneurship ଏପରି ଏକ ସମୟରେ ଏହି ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି ଯେତେବେଳେ ସାରା ବିଶ୍ୱ ମହାମାରୀ କରୋନା ସହ ଲଢେଇ କରୁଛି । ଏହି ଭାଇରସ୍ ସିଧାସଳଖ ଭାବେ ଫୁସଫୁସ ଉପରେ ଆକ୍ରମଣ କରୁଥିବା ହେତୁ ଭେଣ୍ଟିଲେଟରର ସବୁଠାରୁ ଅଧିକ ଆବଶ୍ୟକତା ପଡ଼ିଥାଏ ।

ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହି ଭାଇରସ୍ କବଳରୁ ମୁକ୍ତି ପାଇବା ପାଇଁ କୌଣସି ଔଷଧ କିମ୍ଵା ଭ୍ୟାକ୍ସିନ ପ୍ରସ୍ତୁତ ହୋଇପାରିନାହିଁ । ତେବେ ପ୍ରଫେସରଙ୍କ କହିବା ଅନୁଯାୟୀ ଜୀବନ୍ ଲାଇଟ୍ ଭେଣ୍ଟିଲେଟରରେ ୱେୟାରଲେସ୍ କନେକ୍ଟିଭିଟି ରହିଛି । ଏହି ଇଣ୍ଟରନେଟ୍ ଚାଳିତ ଭେଣ୍ଟିଲେଟରକୁ ରିମୋଟ୍ ଦ୍ଵାରା ମଧ୍ଯ କଣ୍ଟ୍ରୋଲ କରାଯାଇପାରିବ । କରୋନାର ପ୍ରକୋପରୁ ଏହି ଭେଣ୍ଟିଲେଟର ଡାକ୍ତର୍ ଏବଂ ନର୍ସମାନଙ୍କୁ ମଧ୍ଯ ସୁରକ୍ଷା ଯୋଗାଇଦେବ । ତେବେ ଏହିସବୁ ଭେଣ୍ଟିଲେଟର ଗ୍ରାମାଞ୍ଚଳ ନଚେତ୍ ଯେଉଁଠି ବିଜୁଳି କଟିବା ଭଳି ଅସୁବିଧା ହେଉଥାଏ ସେଠାରେ ଅଧିକାଂଶ ମାତ୍ରାରେ କାମରେ ଆସିବ ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

8 seconds ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

32 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

34 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

37 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

43 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

58 mins ago