ଲାଇଫ୍ ଷ୍ଟାଇଲ୍

ବ୍ରେକଫାଷ୍ଟକୁ ବନାନ୍ତୁ ଆଉ ଟିକେ ମଜାଦାର, ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଆଳୁପୁରି

ଆବଶ୍ୟକୀୟ ସମାଗ୍ରୀ

  • ଅଟା ୨ କପ୍
  • ସିଝା ଆଳୁ ୩ ଟି
  • ଅଦା ୧ ଇଞ୍ଚ
  • ରସୁଣ ୮/୧୦ ପାଖୁଡା
  • ଗୋଲମରିଚ ଅଳ୍ପ
  • ଜୀରା ଅଳ୍ପ
  • ଧନିଆପତ୍ର
  • ଚିଲି ଫ୍ଲେକ୍ସ (ଶୁଖିଲା ଲଙ୍କାକୁ ଭାଜି ଦର ଦର ଖଣ୍ଡ କରିଦିଅନ୍ତୁ)
  • କଳାଜିରା ଅଳ୍ପ
  • ତେଲ
  • ସ୍ଵାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଆଳୁପୁରି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଗୋଲମରିଚ, ଜିରା, ଅଦା ଓ ରସୁଣକୁ ପେଷ୍ଟ କରିଦିଅନ୍ତୁ । ତାପରେ ସେଥିରେ ସିଝା ଆଳୁକୁ ପକାଇ ଆଉଥରେ ପେଷ୍ଟ କରିଦିଅନ୍ତୁ । ବର୍ତ୍ତମାନ୍ ଏହାକୁ ଏକ ପାତ୍ରକୁ କାଢି ସେଥିରେ କଳାଜିରା । ଧନିଆପତ୍ର, ଚିଲି ଫ୍ଲେକ୍ସ ଏବଂ ଲୁଣ ପକାନ୍ତୁ । ତାପରେ ସେଥିରେ ଅଟା ପକାଇ ଚକଟନ୍ତୁ । ମନେରଖନ୍ତୁ ସେଥିରେ ପାଣି ଦେବେନାହିଁ । ଏହା ଭଲଭାବେ ଚକଟି ହୋଇଗଲା ପରେ ଏଥିରେ ଅଳ୍ପ ତେଲ ପକାଇ ଆଉଟିକେ ଚକଟି ୧୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖି ଦିଅନ୍ତୁ । ତାପରେ ଏହାକୁ ଛୋଟ ଛୋଟ ଗୁଳା କରି ବେଲି ତେଲରେ ଛାଣି ଦିଅନ୍ତୁ । ବର୍ତ୍ତମାନ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ଆଳୁପୁରି । ଏହାକୁ ଆପଣ ଗରମ୍ ଗରମ୍ ଯେକୌଣସି ଚଟଣି ସହିତ ସର୍ଭ କରନ୍ତୁ ।

KNews Bureau

Recent Posts

ଅଦିନିଆ ମେଘ ହେଲା କାଳ, ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର…

8 mins ago

ଗ୍ରାହକଙ୍କୁ ଝଟକା, ନିର୍ବାଚନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ଫଳାଫଳ ଘୋଷଣା ପରେ ଗ୍ରାହକଙ୍କୁ ଝଟକା ଦେଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ସେଲ୍ସ ଟାକ୍ସ…

9 mins ago

କାଶୀପୁର: ଅଜଣା ରୋଗରେ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗରେ ମୃତ୍ୟୁ ଘଟଣାରେ…

21 mins ago

ସାମ୍ନାକୁ ଆସିଲା ‘ସରଫିରା’ରୁ ଅକ୍ଷୟ କୁମାରଙ୍କ ଦମ୍‌ଦାର ଲୁକ୍‌, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ସରଫିରା' କୁ ନେଇ ଏକ ନୂଆ ଅପ୍‌ଡେଟ୍‌ ସେୟାର କରିଛନ୍ତି ।…

22 mins ago

ସିଏମ୍‌ଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ‘ସୋସିଆଲ ମିଡିଆରୁ ହଟାଅ ଏହି ଭିଡିଓ’

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରୁ…

28 mins ago

କମ୍ ଦାମରେ ଆସିବାକୁ ଯାଉଛି Vivo Y28s 5G, ମିଳିବ ଦମଦାର ଫିଚର୍ସ

ଯଦି ଆପଣ ଭିଭୋର ଜଣେ ଫ୍ୟାନ୍ ଏବଂ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ…

44 mins ago