ବ୍ରେକଫାଷ୍ଟକୁ ବନାନ୍ତୁ ଆଉ ଟିକେ ମଜାଦାର, ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଆଳୁପୁରି

ଆବଶ୍ୟକୀୟ ସମାଗ୍ରୀ

  • ଅଟା ୨ କପ୍
  • ସିଝା ଆଳୁ ୩ ଟି
  • ଅଦା ୧ ଇଞ୍ଚ
  • ରସୁଣ ୮/୧୦ ପାଖୁଡା
  • ଗୋଲମରିଚ ଅଳ୍ପ
  • ଜୀରା ଅଳ୍ପ
  • ଧନିଆପତ୍ର
  • ଚିଲି ଫ୍ଲେକ୍ସ (ଶୁଖିଲା ଲଙ୍କାକୁ ଭାଜି ଦର ଦର ଖଣ୍ଡ କରିଦିଅନ୍ତୁ)
  • କଳାଜିରା ଅଳ୍ପ
  • ତେଲ
  • ସ୍ଵାଦ ଅନୁସାରେ ଲୁଣ

आलू पूरी बनाने की विधि - Aloo Puri Recipe|Potato ...

ପ୍ରସ୍ତୁତି ପ୍ରଣାଳୀ

ଆଳୁପୁରି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଗୋଲମରିଚ, ଜିରା, ଅଦା ଓ ରସୁଣକୁ ପେଷ୍ଟ କରିଦିଅନ୍ତୁ । ତାପରେ ସେଥିରେ ସିଝା ଆଳୁକୁ ପକାଇ ଆଉଥରେ ପେଷ୍ଟ କରିଦିଅନ୍ତୁ । ବର୍ତ୍ତମାନ୍ ଏହାକୁ ଏକ ପାତ୍ରକୁ କାଢି ସେଥିରେ କଳାଜିରା । ଧନିଆପତ୍ର, ଚିଲି ଫ୍ଲେକ୍ସ ଏବଂ ଲୁଣ ପକାନ୍ତୁ । ତାପରେ ସେଥିରେ ଅଟା ପକାଇ ଚକଟନ୍ତୁ । ମନେରଖନ୍ତୁ ସେଥିରେ ପାଣି ଦେବେନାହିଁ । ଏହା ଭଲଭାବେ ଚକଟି ହୋଇଗଲା ପରେ ଏଥିରେ ଅଳ୍ପ ତେଲ ପକାଇ ଆଉଟିକେ ଚକଟି ୧୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖି ଦିଅନ୍ତୁ । ତାପରେ ଏହାକୁ ଛୋଟ ଛୋଟ ଗୁଳା କରି ବେଲି ତେଲରେ ଛାଣି ଦିଅନ୍ତୁ । ବର୍ତ୍ତମାନ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ଆଳୁପୁରି । ଏହାକୁ ଆପଣ ଗରମ୍ ଗରମ୍ ଯେକୌଣସି ଚଟଣି ସହିତ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.