କରୋନା ଭାଇରସ

ଯାଜପୁର ଓ ଗଞ୍ଜାମରେ କୋଭିଡ ହସ୍ପିଟାଲ ଲୋକାର୍ପିତ, ଅତ୍ୟାଧୁନିକ ଯନ୍ତ୍ରପାତିର କରାଯାଇଛି ବ୍ୟବସ୍ଥା

ଯାଜପୁର: ଯାଜପୁରରେ ଲୋକାର୍ପିତ ହୋଇଛି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । କଳିଙ୍ଗନଗରରେ ରହିଥିବା ଟାଟା ଷ୍ଟିଲ ମେଡିକା ହସ୍ପିଟାଲକୁ ୧୫୦ ଶଯ୍ୟା ବିଶିଷ୍ଟ କେଭିଡ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି । ଏହାକୁ ଯାଜପୁର ଜିଲ୍ଲାପାଳ ଲୋକାର୍ପିତ କରିଛନ୍ତି । ସମ୍ପୂର୍ଣ୍ଣ ସଂକ୍ରମଣ ମୁକ୍ତ ଭାବେ ଏହି ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି ।

ଏହାସହ ଅତ୍ୟାଧୁନିକ ଯନ୍ତ୍ରପାତିର ବି ବ୍ୟବସ୍ଥା ହୋଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ୩୦ ଜଣ ଅଭିଜ୍ଞ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୨୦ରୁ ୨୫ ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ । ଗତ ୮ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5-T ସଚିବ ଭି.କେ ପାଣ୍ଡିଆନ ଆସି କୋଭିଡ ହସ୍ପିଟାଲର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ।

ସେହିପରି ଗଞ୍ଜାମରେ କୋଭିଡ୍‌ ହସ୍ପିଟାଲ। ଶୀତଳାପଲ୍ଲୀରେ ପ୍ରସ୍ତୁତ କରାଯାଇଛି ୨ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ। ଏହି ହସ୍‌ପିଟାଲରେ ରହିଛି ୧୫ଟି ଆଇସିୟୁ। ଏଠାରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ସହ ପ୍ରାଇଭେଟ ଆଇସୋଲେସନ୍‌ ୱାର୍ଡ ମଧ୍ୟ ରହିଛି। ୨୦ଟି ପ୍ରାଇଭେଟ ରୁମ୍‌ର ବ୍ୟବସ୍ଥା କରାଯାଇଛି। ଟାଟା ଷ୍ଟିିଲ୍‌ ମେଡକୋ ହସ୍‌ପିଟାଲର ସହଭାଗୀତାରେ ଏହି ମେଡିକାଲ ପ୍ରସ୍ତୁତ କରାଯାଇଛି। ରେକର୍ଡ ଟାଇମ୍‌ ମଧ୍ୟରେ ମେଡିକାଲ ପ୍ରସ୍ତୁତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago