ଯାଜପୁର ଓ ଗଞ୍ଜାମରେ କୋଭିଡ ହସ୍ପିଟାଲ ଲୋକାର୍ପିତ, ଅତ୍ୟାଧୁନିକ ଯନ୍ତ୍ରପାତିର କରାଯାଇଛି ବ୍ୟବସ୍ଥା

ଯାଜପୁର: ଯାଜପୁରରେ ଲୋକାର୍ପିତ ହୋଇଛି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । କଳିଙ୍ଗନଗରରେ ରହିଥିବା ଟାଟା ଷ୍ଟିଲ ମେଡିକା ହସ୍ପିଟାଲକୁ ୧୫୦ ଶଯ୍ୟା ବିଶିଷ୍ଟ କେଭିଡ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି । ଏହାକୁ ଯାଜପୁର ଜିଲ୍ଲାପାଳ ଲୋକାର୍ପିତ କରିଛନ୍ତି । ସମ୍ପୂର୍ଣ୍ଣ ସଂକ୍ରମଣ ମୁକ୍ତ ଭାବେ ଏହି ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି ।

japurଏହାସହ ଅତ୍ୟାଧୁନିକ ଯନ୍ତ୍ରପାତିର ବି ବ୍ୟବସ୍ଥା ହୋଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ୩୦ ଜଣ ଅଭିଜ୍ଞ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୨୦ରୁ ୨୫ ଜଣ ଅତିରିକ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଯାଜପୁର ସମେତ ପଡୋଶୀ ଜିଲ୍ଲାର ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ । ଗତ ୮ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5-T ସଚିବ ଭି.କେ ପାଣ୍ଡିଆନ ଆସି କୋଭିଡ ହସ୍ପିଟାଲର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ।

hospitalସେହିପରି ଗଞ୍ଜାମରେ କୋଭିଡ୍‌ ହସ୍ପିଟାଲ। ଶୀତଳାପଲ୍ଲୀରେ ପ୍ରସ୍ତୁତ କରାଯାଇଛି ୨ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ। ଏହି ହସ୍‌ପିଟାଲରେ ରହିଛି ୧୫ଟି ଆଇସିୟୁ। ଏଠାରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ସହ ପ୍ରାଇଭେଟ ଆଇସୋଲେସନ୍‌ ୱାର୍ଡ ମଧ୍ୟ ରହିଛି। ୨୦ଟି ପ୍ରାଇଭେଟ ରୁମ୍‌ର ବ୍ୟବସ୍ଥା କରାଯାଇଛି। ଟାଟା ଷ୍ଟିିଲ୍‌ ମେଡକୋ ହସ୍‌ପିଟାଲର ସହଭାଗୀତାରେ ଏହି ମେଡିକାଲ ପ୍ରସ୍ତୁତ କରାଯାଇଛି। ରେକର୍ଡ ଟାଇମ୍‌ ମଧ୍ୟରେ ମେଡିକାଲ ପ୍ରସ୍ତୁତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.