ଆପଣଙ୍କ ପାଖରେ ଆଧାର କାର୍ଡ ଥିଲେ ଆପଣଙ୍କୁ ମିଳିପାରେ ୪ ଲକ୍ଷ ଟଙ୍କା! ଜାଣନ୍ତୁ ଏଥିପାଇଁ କଣ କରିବାକୁ ହେବ

ଭାରତୀୟ ଜୀବନ ବୀମା ନିଗମ ନିଜ ଗ୍ରାହକଙ୍କୁ ବହୁତ କମ ପ୍ରିମୟମରେ ସ୍ମଲ ସେଭିଂସ୍ ସ୍କିମସ ଉପଲବ୍ଧ କରାଇଛି। ଏଲଆଇସି ସ୍ତମ୍ଭ ପ୍ଲାନ ଏମିତି ଏକ ପ୍ଲାନ, ଯାହାକୁ ଖାସ କରି ଆଧାରକାର୍ଡଧାରୀ ପୁରୁଷଙ୍କ ପାଇଁ ତିଆରି କରାଯାଇଛି। ଏହି ସ୍କିମର ମ୍ୟାଚୁରୀଟି ଉପରେ ପଲିସିଧାରୀଙ୍କୁ ୪ ଲକ୍ଷ ଟଙ୍କା ମିଳିପାରେ। ଏହି ପ୍ଲାନରେ ନିବେଶ କରିଥିବା ବ୍ୟକ୍ତିଙ୍କୁ ଡେଥ ବେନିଫିଟସ ମଧ୍ୟ ମିଳିବ।

ମିଳିବ ଡବଲ ବେନିଫିଟ

ଏହି ପଲିସିକୁ ସ୍ତମ୍ଭ ପ୍ଲାନ ୮୪୩ ନାମରେ ମଧ୍ୟ କୁହାଯାଏ। ଏହି ପ୍ଲାନର ଲାଭ କେବଳ ସେହି ପୁରୁଷ ଉଠାଇପାରିବେ, ଯେଉଁମାନଙ୍କ ପାଖରେ ଆଧାର କାର୍ଡ ରହିଛି। ଏହି ପ୍ଲାନରେ ଆଡ଼-ଅନ ରାଇଡର୍ସ ଭାବରେ ଡେଥ ଏବଂ ମ୍ୟାଚୁରୀଟି ବେନିଫିଟ ମଧ୍ୟ ମିଳିବ।

adahrକଣ ରହିଛି ଯୋଗ୍ୟତା

ଏହି ବୀମାକୁ ୮ ବର୍ଷରୁ ନେଇ ୫୫ ବର୍ଷର ସେହି ପୁରୁଷ ବ୍ୟକ୍ତି ନେଇପାରିବେ ଯେଉଁମାନଙ୍କ ପାଖରେ ଆଧାର କାର୍ଡ ରହିଛି। ଏହି ପ୍ଲାନର ମ୍ୟାଚୁରୀଟିରେ ଆବେଦନକର୍ତ୍ତାଙ୍କ ବୟସ ୭୦ ରୁ ଅଧିକ ହେବା ଅନୁଚିତ। ଏହି ପ୍ଲାନ ଅନୁଯାୟୀ ମିନିମମ ବେସିସ ଆସୁୟର୍ଡ ରାଶି ୩ ଲକ୍ଷ ଟଙ୍କା ରହିଛି। ଏହି ପଲିସି ଅନୁଯାୟୀ ମିଳିବାକୁ ଥିବା ଟଙ୍କାକୁ ୫,୦୦୦ ଟଙ୍କାର ମଲ୍ଟିପଲରେ ହିଁ ଜାରି କରାଯାଇଥାଏ। ଏହି ପଲିସି ୧୦ ବର୍ଷରୁ ୨୦ ବର୍ଷର ଅବଧି ପାଇଁ ରହିଛି। ଏହି ପଲିସିକୁ ନେବା ଦିନ ଠାରୁ ରିସ୍କ କଭରେଜ ଆରମ୍ଭ ହୋଇଯାଇଥାଏ।

ବର୍ଷିକୀୟା ପ୍ରିମୀୟମ : ୧୦,୩୧୪ ଟଙ୍କାର ପଲିସିଧାରୀ ଏହି ପ୍ରିମୀୟମକୁ ଦିନିକିଆ, ମାସିକିଆ, ତ୍ରିମାସିକ, ଛଅ ମାସିକିଆ ଏବଂ ବର୍ଷିକୀଆ ପ୍ରିମୀୟମ ବିକଳ୍ପ ବାଛିପାରିବେ।

ଅବଧି : ଏହି ପ୍ଲାନର ଅଧିକତମ ମ୍ୟାଚୁରୀଟି ଅବଧି ୨୦ ବର୍ଷ।

ଆସୁୟର୍ଡ ରାଶି : ୩ ଲକ୍ଷ ଟଙ୍କା

ଲୋୟଲଟି ଆଡିସନ୍ସ : ଏହା ୯୭,୫୦୦ ଟଙ୍କାର ଅଟେ, ମୋଟ ନିବେଶ ରାଶି ବର୍ଷକୁ ୪.୫ ପ୍ରତିଶତ ରିଟର୍ଣ୍ଣ ଆଧାରରେ ହେବ।

ଯଦି କୌଣସି ଆଧାର କାର୍ଡ ହୋଲ୍ଡର ପୁରୁଷ ଏହି ସ୍କିମରେ ନିବେଶ କରନ୍ତି ତେବେ ୩.୯୭ ଲକ୍ଷ ଟଙ୍କାର ଲାଭ ମିଳିପାରିବ। ଏଥିପାଇଁ ସେମାନଙ୍କୁ ୨୦ ବର୍ଷ ପାଇଁ ନିବେଶ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.