କରୋନା ଭାଇରସ

ଇଟାଲୀ, ସ୍ପେନ ଓ ଆମେରିକାରେ କରୋନା ମୃତ୍ୟୁର ବିଭୀଷିକା : ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କଲେ ଡୋନାଲ୍ଡ ଟ୍ରମ୍ପ

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ଦୁଇ ଶହ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୩୭ ହଜାରରୁ ଅଧିକ ମୁଣ୍ଡ । କେବଳ ୟୁରୋପ ମହାଦେଶରେ ଏହି ସଂଖ୍ୟା ୨୫ ହଜାରରୁ ଅଧିକ । ପାଖାପାଖି ୭ ଲକ୍ଷ ୮୫ ହଜାର ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ମାଡ଼ରେ ତ୍ରାହି ତ୍ରାହି ଡାକୁଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ପାଖାପାଖି ୩ ହଜାର ୧୬୫ ଲୋକଙ୍କ ଜୀବନ ଗଲାଣି। ସଂକ୍ରମିତ ହୋଇଛନ୍ତି ୧ ଲକ୍ଷ ୬୪ ହଜାରରୁ ଅଧିକ ।

ଏ ସଂଖ୍ୟା ଆଗାମୀ ୨ ସପ୍ତାହରେ ଦ୍ରୁତଗତିରେ ବଢିବା ଆଶଙ୍କା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି। ତେଣୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହାସହ ଟ୍ରମ୍ପ କହିଛନ୍ତି କୋରାନା ଯୁଦ୍ଧ ଜିତିବା ପାଇଁ ସମସ୍ତଙ୍କର ଭୂମିକା ରହିଛି। ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ପରିବାର ଓ ବ୍ୟବସାୟୀ ଏହି ଭାଇରସ୍‌କୁ ରୋକିବାରେ ଏକ ଭିନ୍ନ ଭୂମିକା ରହିଛି।

ସେହିପରି ଇଟାଲୀରେ ଲକ୍ଷେ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧୧ ହଜାର ୫୯୧ରେ ପହଞ୍ଚିଛି । ସ୍ପେନରେ ୭ ହଜାର ୭ଶହରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରମିତ ହୋଇଛନ୍ତି ୮୮ ହଜାରରୁ ଅଧିକ । ସେପଟେ କରୋନାର ସୃଷ୍ଟିକର୍ତ୍ତା ଚୀନ୍‌ର ଉହାନ ଓ ହୁଭେଇ ପ୍ରଦେଶରେ ସ୍ୱାଭାବିକ ସ୍ଥିତି ଫେରିଛି । ଗାଡ଼ି ମୋଟର, ଟ୍ରେନ୍‌ ଚଳାଚଳ ସହ ଆରମ୍ଭ ହୋଇଛି ବିମାନ ସେବା ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago