ଇଟାଲୀ, ସ୍ପେନ ଓ ଆମେରିକାରେ କରୋନା ମୃତ୍ୟୁର ବିଭୀଷିକା : ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କଲେ ଡୋନାଲ୍ଡ ଟ୍ରମ୍ପ

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ଦୁଇ ଶହ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୩୭ ହଜାରରୁ ଅଧିକ ମୁଣ୍ଡ । କେବଳ ୟୁରୋପ ମହାଦେଶରେ ଏହି ସଂଖ୍ୟା ୨୫ ହଜାରରୁ ଅଧିକ । ପାଖାପାଖି ୭ ଲକ୍ଷ ୮୫ ହଜାର ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ମାଡ଼ରେ ତ୍ରାହି ତ୍ରାହି ଡାକୁଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ପାଖାପାଖି ୩ ହଜାର ୧୬୫ ଲୋକଙ୍କ ଜୀବନ ଗଲାଣି। ସଂକ୍ରମିତ ହୋଇଛନ୍ତି ୧ ଲକ୍ଷ ୬୪ ହଜାରରୁ ଅଧିକ ।

hjhhଏ ସଂଖ୍ୟା ଆଗାମୀ ୨ ସପ୍ତାହରେ ଦ୍ରୁତଗତିରେ ବଢିବା ଆଶଙ୍କା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି। ତେଣୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହାସହ ଟ୍ରମ୍ପ କହିଛନ୍ତି କୋରାନା ଯୁଦ୍ଧ ଜିତିବା ପାଇଁ ସମସ୍ତଙ୍କର ଭୂମିକା ରହିଛି। ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ପରିବାର ଓ ବ୍ୟବସାୟୀ ଏହି ଭାଇରସ୍‌କୁ ରୋକିବାରେ ଏକ ଭିନ୍ନ ଭୂମିକା ରହିଛି।

deathସେହିପରି ଇଟାଲୀରେ ଲକ୍ଷେ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୧୧ ହଜାର ୫୯୧ରେ ପହଞ୍ଚିଛି । ସ୍ପେନରେ ୭ ହଜାର ୭ଶହରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରମିତ ହୋଇଛନ୍ତି ୮୮ ହଜାରରୁ ଅଧିକ । ସେପଟେ କରୋନାର ସୃଷ୍ଟିକର୍ତ୍ତା ଚୀନ୍‌ର ଉହାନ ଓ ହୁଭେଇ ପ୍ରଦେଶରେ ସ୍ୱାଭାବିକ ସ୍ଥିତି ଫେରିଛି । ଗାଡ଼ି ମୋଟର, ଟ୍ରେନ୍‌ ଚଳାଚଳ ସହ ଆରମ୍ଭ ହୋଇଛି ବିମାନ ସେବା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.