ଗାଜିପୁର ଲ୍ୟାଣ୍ଡଫିଲ୍‌ରେ ଅଗ୍ନିକାଣ୍ଡ : ଜଳୁଛି ଅଳିଆ ଗଦା, ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ ସାଇଟ୍ ତଥା ଆବର୍ଜନା ପଡୁଥିବା ସ୍ଥାନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ପାଇଁ ଅଧିକାରୀମାନେ ଗରମ ଏବଂ ଶୁଖିଲା ପାଗକୁ ଦାୟୀ କରିଛନ୍ତି । ରବିବାର ରାତି ୮ ଟାରୁ ଅଳିଆ ଗଦା କ୍ରମାଗତ ଭାବରେ ଜଳୁଛି ।

ରବିବାର ସନ୍ଧ୍ୟାରେ ପୂର୍ବ ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ ସାଇଟ୍ ତଥା ଆବର୍ଜନା ପଡୁଥିବା ସ୍ଥାନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ପାଇଁ ଅଧିକାରୀମାନେ ଗରମ ଏବଂ ଶୁଖିଲା ପାଗକୁ ଦାୟୀ କରିଛନ୍ତି । ରବିବାର ରାତି ୮ ଟାରୁ ଅଳିଆ ଗଦା କ୍ରମାଗତ ଭାବରେ ଜଳୁଛି । ଏହି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିମାନେ କାର୍ଯ୍ୟ କରୁଛନ୍ତି ।

ଅଧିକାରୀ କହିଛନ୍ତି ଯେ ଓଦା ଅଳିଆ ପୋତି ହୋଇ ଉତ୍ତାପ ସୃଷ୍ଟି କରିଛି । ତାପରେ ଏଥିରେ ଗ୍ୟାସ୍ ସୃଷ୍ଟି ହୋଇଛି, ଯାହା ଅଗ୍ନି ସୃଷ୍ଟି କରିଛି । ବର୍ତ୍ତମାନ ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ଆସି ନାହିଁ । ଅଳିଆ ଗଦାରୁ ବାହାରୁଥିବା ଧୂଆଁ ଯୋଗୁଁ ନିକଟସ୍ଥ କଲୋନୀରେ ରହୁଥିବା ଲୋକମାନଙ୍କ ଆଖିରେ ଜଳିବା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଛି । ତେବେ ଲୋକମାନେ ସରକାର ଏବଂ ପ୍ରଶାସନକୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ଦିଲ୍ଲୀର ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି, “ଆମେ ପ୍ରାୟ ୫:୨୨ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲୁ ଏବଂ ପ୍ରଥମେ ସେଠାରେ ଦୁଇଟି ଦମ୍‌କଳ ନିୟୋଜିତ କରାଯାଇଥିଲା । ପରେ ଘଟଣାସ୍ଥଳକୁ ଆଉ ୬ଟି ଦମକଳ ପଠାଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଅଧିକାରୀଙ୍କ ଅନୁଯାୟୀ ଅତିରିକ୍ତ ଅଗ୍ନିଶମ ଦମକଳ ପ୍ରସ୍ତୁତ କରାଯାଇଛି ।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ ଅଧିକାରୀ କହିଛନ୍ତି, “ଲ୍ୟାଣ୍ଡଫିଲରେ ନିଆଁ ବହୁତ ସମୟ ଧରି ଜଳିପାରେ । ଆମେ ତଥାପି ନିଆଁ ଲିଭାଇବାକୁ ଚେଷ୍ଟା କରୁଛୁ ଏବଂ ଲିଭାଇବାକୁ ଆହୁରି ସମୟ ଲାଗିପାରେ ବୋଲି ସେ କହିଛନ୍ତି । ତେବେ ପୋଲିସ ସେଠିକାର ସମସ୍ତ ରାସ୍ତା ସଫା କରିଛନ୍ତି, ଯାହା ଦ୍ୱାରା ଅଗ୍ନିଶମ ଦମକଳ ସହଜରେ ସେଠାରେ ପହଞ୍ଚି ପାରିବେ । ଏହି ଘଟଣା କେବଳ ଆଜି ହୋଇନାହିଁ, ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଛି । ଯାହା ଫଳରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.