RCB କୁ ଡବଲ ଝଟକା, କୋଲକତା ଠାରୁ ହାରିବା ପରେ ସ୍ଲୋ ଓଭର ପାଇଁ ଲାଗିଲା ଜରିମାନା

କୋଲକତା ନାଇଟ ରାଇଡର୍ସ ଠାରୁ ହାରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଡବଲ ଝଟକା ଲାଗିଛି । ଟିମର ଅଧିନାୟକ ଫାଫ ଡୁ ପ୍ଲେସିସ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଆରସିବି ଅଧିନାୟକ ନିର୍ଦ୍ଧାରିତ ସମୟରେ ଓଭର ସାରିନଥିବାରୁ ତାଙ୍କୁ ଜରିମାନା ଲାଗିଛି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ ସିଜିନରେ ୭ଟି ମ୍ୟାଚ ହାରିସାରିଛି । ଆଇପିଏଲର ୩୬ତମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧ ରନରେ ହରାଇଛି । ଏହି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଡବଲ ଝଟକା ଲାଗିଛି । ଟିମର ଅଧିନାୟକ ଫାଫ ଡୁ ପ୍ଲେସିସ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଆରସିବି ଅଧିନାୟକ ନିର୍ଦ୍ଧାରିତ ସମୟରେ ଓଭର ସାରିନଥିବାରୁ ତାଙ୍କୁ ଜରିମାନା ଲାଗିଛି ।

ବେଙ୍ଗାଲୁରୁ ଅଧିନାୟକ ଫାଫ ଡୁପ୍ଲେସିଙ୍କୁ ସ୍ଲୋ ଓଭର ରେଟ ପାଇଁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଆଇପିଏଲ ୨୦୨୪ରେ ପ୍ରଥମ ଥର ପାଇଁ ଆରସିବି ଉପରେ ଜରିମାନା ଲାଗିଛି । ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ ନ କରିବାରୁ ବେଙ୍ଗାଲୁରୁ ଅଧିନାୟକଙ୍କୁ ଦଣ୍ଡ ମିଳିଛି ।

ବେଙ୍ଗାଲୁରୁ ସ୍ଲୋ ଓଭର ରେଟକୁ ଆଇପିଏଲ ତରଫରୁ ଏକ ବୟାନ ଜାରି କରି କୁହାଯାଇଛି, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଫ ଡୁପ୍ଲେସି ୨୧ ଏପ୍ରିଲ, ୨୦୨୪ ଇଡେନ ଗାଡେନ୍ସରେ କୋଲକତା ନାଇଟ ରାଇଡର୍ସ ବିପକ୍ଷରେ ଆଇପିଏଲ ୨୦୨୪ର ୩୬ତମ ମ୍ୟାଚରେ ତାଙ୍କ ଟିମ୍‌ ସ୍ଲୋ ଓଭର ରେଟ କାରଣରୁ ଜରିମାନା ଲାଗିଛି । ଏହା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମର ପ୍ରଥମ ଭୁଲ୍‌ । ତେଣୁ ଫାଫଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଆଇପିଏଲ୍ ୨୦୨୪ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲାଗିଥିଲା । ଚଳିତ ସିଜନରେ ସ୍ଲୋ ଓଭର ରେଟ ପାଇଁ ରିଷଭ ପନ୍ତ ଏବଂ ସଞ୍ଜୁ ସାମସନ ମଧ୍ୟ ଜରିମାନା ଦେଇସାରିଛନ୍ତି । ରିଷଭ ଦୁଇଥର ଜରିମାନା ଦେଇଥିବା ବେଳେ ସଞ୍ଜୁ ଥରେ ଜରିମାନା ଦେଇଛନ୍ତି । ସଞ୍ଜୁ ସାମସନଙ୍କ ଉପରେ ଚଳିତ ସିଜିନରେ ପ୍ରଥମ ଥର ପାଇଁ ଜରିମାନା ଲାଗିଛି । ଯଦି ଆଉଥରେ ସଞ୍ଜୁ ଭୁଲ୍ କରନ୍ତି, ତାଙ୍କୁ ଦୁଇଗୁଣା ଜରିମାନା ଲାଗିବ । ରିଷଭ ଦ୍ୱିତୀୟଥର ପାଇଁ ପନ୍ତଙ୍କ ଟିମ୍ ସ୍ଲୋ ଓଭର ରେଟ ପାଇଁ ଦୋଷୀ ହୋଇଛି । ଏଥିପାଇଁ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଦିଲ୍ଲୀର ଅନ୍ୟ ଖେଳାଳିଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାବା କିମ୍ବା ମ୍ୟାଚର ୨୫ ପ୍ରତିଶତ ଫି ଜରିମାନା ଲାଗିଛି ।

ଆଇପିଏଲ ନିୟମ ଅନୁସାରେ, ଏହି ଭୁଲ ୩ ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍ ଲଗାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.